୧୮୯ ବାଟାଲିୟନ ସିଆର୍‌ପିଏଫ୍‌ର ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡାସ୍ଥିତ ସିଆର୍‌ପିଏଫ୍‌ର ମୁଖ୍ୟ କାର୍ଯ୍ୟାଳୟଠାରେ ମହାସମାରୋହରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ କ୍ୱାର୍ଟର ଗାର୍ଡରେ ପତାକା ଉତ୍ତୋଳନ କରାଯାଇ ପାରମ୍ପାରିକ ସାମରିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହାପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବରେ ୱାର୍ଡ ନମ୍ବର ୨ର କାଉନସିଲର ସରିତା ଦାସ, ଶ୍ରୀକାନ୍ତ ଶର୍ମା, ନିର୍ଦ୍ଦେଶକ ଜେଏସ୍‌ଏମ୍‌ କଲେଜ, ଏସ୍‌ବିଆଇ ଆଞ୍ଚଳିକ ପରିଚାଳକ ଭରତ ଚନ୍ଦ୍ର ସାହୁ, ଶ୍ରୀ ଏସ୍‌ ପାଣିଗ୍ରାହୀ, ପ୍ରିନ୍ସିପାଲ୍ କେନ୍ଦ୍ରୀୟ ବିଦ୍ୟାଳୟ-୨ ବଲାଙ୍ଗିର, ରବି ଉଦ୍‌ଗାତା, ନିର୍ଦ୍ଦେଶକ ମୋଣ୍ଟେସୋରି ସ୍କୁଲ, ସବୁଜ ଶକ୍ତି ଏବଂ ନିର୍ମାଣ ଶ୍ରୀମତୀ ଏଶ୍ୱର୍ୟ୍ୟା ଦାସ, ପିଆର୍‌ଓ, ନନ୍ଦ କିଶୋର ସାମଲ, ପାର୍ବତୀଗିରି ବାଲ ନିକେତନ, ମୋଣ୍ଟେସୋରି ସ୍କୁଲ ଏବଂ ଲିଟିଲଫ୍ଲାୱାର ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ସିଆର୍‌ପିଏଫ୍‌ ପରିବାର ଏବଂ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.