oom

ଖପ୍ରାଖୋଲ ଥାନାରେ ପ୍ରତିଷ୍ଠା ହେଲା ନୂତନ କୋଠା

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାର ନୂତନ କୋଠା ଶୁକ୍ରବାର ପ୍ରତିଷ୍ଠା ହୋଇଯାଇଛି । ପବିତ୍ର ବେଦ ମନ୍ତ୍ର ସହ ପୂଜା ପାଠ କରାଯାଇ ପ୍ରତିଷ୍ଠା କରାଯାଇଥିଲା । ପୂଜା କର୍ତ୍ତା ରୂପେ ଥାନା ଅଧିକାରୀ ରମାକାନ୍ତ ସାହୁ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପଧାନ, ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଲରମ୍ଭା ଥାନା ଅଧିକାରୀ ଝସକେତନ ଭୋଇ, ଜିଲା ପରିଷଦ ସଭ୍ୟା ପ୍ରମିଳା ପାଥର, ସଂଯୁକ୍ତା ମେହେର, ସମସ୍ତ ସରପଞ୍ଚ, କୁଳମଣି କୁମ୍ଭାର, ଦେବାଶିଷ ସାହୁ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଆଧୁନିକ ଜ୍ଞାନକୌଶଳ ସହ ଏକ କୋଟି ସତୁର ଲକ୍ଷ ଟଙ୍କା ଖର୍ଚ୍ଚରେ ନୂତନ କୋଠା ନିର୍ମିତ ହୋଇଛି । କୋଠାରେ କାର୍ଯ୍ୟ ଆରମ୍ଭ ପାଇଁ ପୋଲିସ ବିଭାଗର ଉଚ୍ଚ ଅଧିକାରୀ ଆଗାମୀ ଦିନରେ ଉଦ୍‌ଘାଟନ କରିବେ ବୋଲି ଜଣାପଡିଛି ।

jittmm
Leave A Reply

Your email address will not be published.