ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅମଠି ଗ୍ରାମ ସଂକ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଅବସରରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳା ସହିତ ଆଖପାଖ ଅଞ୍ଚଳ ଗାଁର ଜନ ସାଧାରଣ ଯୋଗଦାନ କରିଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଭବ୍ୟ ସମାରୋହରେ ମହା ଆଡମ୍ବର ତଥା ଆକର୍ଷିତ ହୋଇଥିଲା । ଏଥିରେ କର୍ତ୍ତାଭାବେ ହୃଦାନନ୍ଦ ପାଣ୍ତେ, ରଜନୀ ପାଣ୍ତେ, ମନୋଜ ପାଣ୍ତେ, ରଶ୍ମିତା ପାଣ୍ତେ, ବିରେନ୍ଦ୍ର ସାହୁ, ହୀରାବତୀ ସାହୁ, ଲୋଚନ ପାଣ୍ତେ, ସରୋଜିନୀ ପାଣ୍ତେ, ଭାସ୍କର ସାହୁ, ରଜନୀ ସାହୁ, କ୍ଷୀତେଶ୍ବର ପାଣ୍ତେ, କଲ୍ୟାଣୀ ପାଣ୍ତେ, ନାରାୟଣ ସାହୁ, ଅନୁସୟା ସାହୁ, କୌଲାସ ସାହୁ, ଫଲମତୀ ସାହୁ, ମହାଦେବ ବେହେରା, ସୁଜାତା ବେହେରା, ହେମନ୍ତ ପାଣ୍ତେ, ସୁଲୋଚନା ପାଣ୍ତେ, କୀର୍ତ୍ତନ ସୋନୀ, ସବିତା ସୋନୀ, ଫତେସିଂ ନାଏକ, ସରସ୍ଵତୀ ନାଏକ ବସିଥିବା ବେଳେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କମିଟି ଦିଶ୍ବାମ୍ବର ସାହୁ, କିଶୋର ପ୍ରଧାନ, ଅକ୍ଷୟ ପାଣ୍ତେ, ଗଣେଶ ପଟେଲ, ଯତୀନ୍ଦ୍ର ହାତୀ, ଅଜିତ ମାହାକୁର, ବୈବ ରଣା, ନେହେରୁ ପାଣ୍ତେ, ନରୋତ୍ତମ ଗିର୍ଣ୍ଣା, ଟଙ୍କଧର ବିଶ୍ବାଲ, ପ୍ରଭାକର ପାଣ୍ତେ, ହେମନ୍ତ ଗୀର୍ଣ୍ଣା, ଅର୍ଜୁନ ବାଗ, ମାୟାଧର ପାଣ୍ତେ, ଥୟଚନ୍ଦ୍ର ରଣା, ନାରାୟଣ ବରିହା, ଜୀବର୍ଦ୍ଧନ ପାଣ୍ତେ, ତିଶିକରାମ ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳିତ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଆଗାମୀ ୬ ତାରିଖ ପର୍ଯ୍ୟନ୍ତ ମହାସମାରୋହ ପାଳିତ ହେବ । ମୀନାବଜାର, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଆନନ୍ଦ ବଜାର ଓ ଅନ୍ନଭୋଗ ଦେବାର କାର୍ଯ୍ୟଥିବା କମିଟି ସଭାପତି ଲୁଚିନ ପାଣ୍ତେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.