କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ମନୋଜ କୁମାର ସେଠୀ ଯୋଗଦେଇ ବରିଷ୍ଠ ନାଗରିକମାନେ ନିଜ ନିଜର ଶରୀରର ଯତ୍ନ ପାଇଁ ଶାରିରୀକ ପରିଶ୍ରମ, ବ୍ୟାୟାମ, ଚିନ୍ତାମୁକ୍ତ ରହି ତଥା ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରି ସୁସ୍ଥ ରହିବା ପାଇଁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ସେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ମଞ୍ଚର ସଂଯୋଜକ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣାଙ୍କ ସଂଯୋଜନାରେ ପରିଚାଳିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ମଞ୍ଚର ଆଇନ ପରାମର୍ଶଦାତା ତଥା ଛତ୍ରପୁରର ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଯୋଗଦେଇ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରି ଦକ୍ଷିଣ ଓଡିଶାର ଗ୍ରାମାଞ୍ଚଳରେ ଏହି ଭଳି ସଂଗଠନ ବିରଳ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଛତ୍ରପୁର ପ୍ରେସକ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା ବରିଷ୍ଠ ନାଗରିକ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମର ଆଲୋଚନା କରି ଭବିଷ୍ୟତ କାର୍ଯ୍ୟଧାରାରେ ନିଜର ସହଭାଗୀତା ଯାଚନା କରିଥିଲେ । ଚମାଖଣ୍ଡି ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମଞ୍ଚର ସଭ୍ୟମାନଙ୍କୁ ପୋଲିସ ବିଭାଗ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରିବା ନିମନ୍ତେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଏଚଇଓ ବରୁଣ କୁମାର ପାଣିଗ୍ରାହୀ ଗ୍ରାମର ବରିଷ୍ଠ ନାଗରିକମାନଙ୍କ ପାଇଁ କେନ୍ଦ୍ର ତରଫରୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନିମନ୍ତେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତ୍ରିନାଥ ମହାରଣା, ଗଦାଧର ରାଉଳ ଉଦ୍‌ବୋଧନ ଦେଇଥିଲେ । ସମାଜସେବା ପାଇଁ ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ଦୁଇ ପୂର୍ବତନ ସଭାପତି ଅଜିତ କୁମାର ପୃଷ୍ଟି ଓ ପ୍ରଦୀପ କୁମାର ପଣ୍ଡା, ଛତ୍ରପୁର ରାଧାଶ୍ୟାମ ଦାତବ୍ୟ ଅନୁଷ୍ଠାନର ସଭାପତି ଦେବାଶିଷ ମିଶ୍ର ଏବଂ ଶୀତଳା ପଲ୍ଲୀର ଅବସରପ୍ରାପ୍ତ ଆର୍‌ଆଇ ସୂର୍ଯ୍ୟ ନାରାୟଣ ପ୍ରଧାନଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଦର୍ଶ କୃଷି ରୂପେ ଘନଶ୍ୟାମ ପ୍ରଧାନ, ଆଦର୍ଶ ଶ୍ରମିକ ରୂପେ ରବି ପ୍ରଧାନ, ଆଦର୍ଶ କାରିଗର ରୂପେ ରଙ୍କନିଧି ପ୍ରଧାନଙ୍କୁ ଏବଂ କୃତି ଶିକ୍ଷାର୍ଥୀ ରୂପେ ଜଟିଆ ପ୍ରଧାନ ଓ କେ.ଆବନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ତଥା ଅଞ୍ଚଳର ବରିଷ୍ଠ ନାଗରିକ ମାଧବ ବିଷୋୟୀ, ରାମଚନ୍ଦ୍ର ଗୌଡ ଏବଂ ଦଣ୍ଡପାଣି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚର ସଂପାଦକ ବାଉରୀବନ୍ଧୁ ସାହୁ ବିବରଣୀ ପ୍ରଦାନ କରିଥିଲେ ଏବଂ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚର କର୍ମକର୍ତ୍ତା ଘନଶ୍ୟାମ ସାହୁ, ଗୋପାଳ ଚନ୍ଦ୍ର ମହାରଣା, ସୋମନାଥ ବେହେରା, ଈଶ୍ୱର ପ୍ରଧାନ, ବିକ୍ରମ ପାଣିଗ୍ରାହୀ, ସନ୍ତୋଷ କୁମାର ମହାରଣା, ଘନଶ୍ୟାମ ପ୍ରଧାନ, ନାରାୟଣ ପ୍ରଧାନ, ଅନିଲ କାନ୍ତ ମହାରଣା, ଅନିଲ ସାହୁ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କୁନି ଝିଅମାନେ ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.