ଜଳେଶ୍ଵର ଶୈବପୀଠରେ ହନୁମାନ ମନ୍ଦିର ଓ ପରାୟଣ ମଣ୍ଡପ ପ୍ରତିଷ୍ଠା ମହୋତ୍ସବ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନଅଗାଁ (ଖ) ପଞ୍ଚାୟତ ସାନଟିକା ଗ୍ରାମରେ ଥିବା ଜଳେଶ୍ଵର ଶୈବପୀଠରେ ହନୁମାନ ମନ୍ଦିର ଓ ପରାୟଣ ମଣ୍ଡପ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ପରାୟଣ ପଠନ ଓ ରାତ୍ରୀରେ କଂସ ଦରବାର ଦଣ୍ଡ ଯାତ୍ରା ଦଳ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଏଠାରେ ଜମୁଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ତରଫରୁ ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି । ଏଠାରେ କହ୍ନାଇ ପଧାନ ସଭାପତି ଥିବା ବେଳେ ସମ୍ପାଦକ ରାଜେଶ ପଧାନ ଓ କୋଷାଧ୍ୟକ୍ଷ ଧର୍ମେନ୍ଦ୍ର ମୁଦୁଲି କାର୍ଯ୍ୟ ନିର୍ବାହ କରୁଛନ୍ତି । ମହାଦେବ ମନ୍ଦିରର କର୍ତ୍ତା ଭାବେ ସନ୍ତୋଷ ସାହୁ ଓ ତାଙ୍କ ଧର୍ମ ପତ୍ନୀ ବିନ୍ଦିଆ ସାହୁ ଓ ହନୁମାନ ମନ୍ଦିରର କର୍ତ୍ତା ଭାବେ ରାଜେଶ ଅଗ୍ରୱାଲ ଓ ଅନୂଜା ଅଗ୍ରୱାଲ ଯୋଗ ଦେଇଛନ୍ତି । ପାରାୟଣ ମଣ୍ଡପର କର୍ତ୍ତା ସୀତାରାମ ମେହେର ଓ ଜୟନ୍ତୀ ମେହେର, ରାମ ମାନସ ପାରାୟଣର କର୍ତ୍ତା ଅନନ୍ତ ସାହୁ ଓ ଜୟନ୍ତୀ ସାହୁ, ପ୍ରହରୀ ମଣ୍ଡପର କର୍ତ୍ତା ଦିବ୍ୟ ବଗର୍ତ୍ତୀ ଓ ରଞ୍ଜୁ ବଗର୍ତ୍ତୀ ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରୁଛନ୍ତି । ସୂଚନା ଯୋଗ୍ୟଯେ, ଜଳେଶ୍ଵର ମନ୍ଦିର ୧୯୮୨ ମସିହାରେ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ୨୦୦୫ ମସିହାରେ ପ୍ରତଷ୍ଠା ହୋଇଥିଲା । ୧୬ ପ୍ରହରୀ ନାମଯଜ୍ଞ ପାଇଁ ୧୩ ଗୋଟି କୀର୍ତ୍ତନ୍ୟ ଦଳକୁ ନିମନ୍ତ୍ରଣ କରାଯାଇଛି ବୋଲି ସଭାପତି କାହ୍ନାଇ ପଧାନ କହିଛନ୍ତି । ଏହା ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ପାଳନ ହେବ ଓ ୧୬ ତାରିଖରେ ପୂର୍ଣ୍ଣାହୂତି ପଡ଼ି ହନୁମାନ ଜୀଉ ମନ୍ଦିର ପ୍ରବେଶ କରିବେ ବୋଲି ମହାଦେବ ମନ୍ଦିରର କର୍ତ୍ତା ସନ୍ତୋଷ ସାହୁ କହିଛନ୍ତି ।

Leave A Reply

Your email address will not be published.