ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡିପିଆଇସି ସେଣ୍ଟର

ଭୁବନେଶ୍ୱର : ରାଜ୍ୟରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ଡାଟା, ପଲିସି ଆଣ୍ଡ୍‌ ଇନୋଭେସନ୍‌ ସେଣ୍ଟର (ଡିପିଆଇସି) । ଏଥିପାଇଁ ଶନିବାର ଓଡ଼ିଶା ସରକାର ଭାରତର ଶିକାଗୋ ଟ୍ରଷ୍ଟ ବିଶ୍ୱବିଦ୍ୟାଳୟ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି । ଏହା ଇକୋନୋମେଟ୍ରିକ୍ସ, ଡାଟା ସାଇନ୍ସ ଏବଂ ମେସିନ୍‌ ଲର୍ନିଂ ପରି ନୂତନ ଜ୍ଞାନକୌଶଳ ଉପଯୋଗରେ ପ୍ରମାଣଭିତ୍ତିକ ଶାସନକୁ ସକ୍ଷମ କରିବ । ଏହି ସହଭାଗୀତାରେ ଶିକାଗୋ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନୀମାନେ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରୁ ଓଡ଼ିଶା ସରକାରଙ୍କ ଯୋଜନା ଏବଂ ନୀତି ସମ୍ବନ୍ଧରେ ବିଶ୍ଳେଷଣାତ୍ମକ ତଥା ମୂଲ୍ୟାଙ୍କନ ଭିତ୍ତିକ ତଥ୍ୟ ପ୍ରଦାନ କରିବ । ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, କ୍ରୀଡ଼ା, ଯୁବସେବା ଓ ସ୍ୱରାଷ୍ଟ୍ର ବିଭାଗ ମନ୍ତ୍ରୀ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଓକାକ୍‌ର ଏମ୍‌.ଡି. ମାନସ ରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ସିଇଓ ମନୋଜ ପଟ୍ଟନାୟକ ଓ ଶିକାଗୋ ବିଶ୍ୱବିଦ୍ୟାଳୟ ସେଣ୍ଟର ଇନ୍‌ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଲେନି ଚୌଧୁରୀଙ୍କ ମଧ୍ୟରେ ଭୁବନେଶ୍ୱରଠାରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

Leave A Reply

Your email address will not be published.