shyamal

ଦକ୍ଷିଣମୁଖୀ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ବେଙ୍ଗେର ଗ୍ରାମର ପବିତ୍ର ମାଟିରେ ଜନସାଧାରଣଙ୍କ ସହଯୋଗରେ ନବ ନିର୍ମିତ ଶ୍ରୀ ହନୁମାନ ମନ୍ଦିର ଓ ଦକ୍ଷିଣମୁଖୀ ଶ୍ରୀ ହନୁମାନଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଶନିବାର ଦିନ ଶତାଧିକ ମହିଳା ପବିତ୍ର ଜଳ ସହିତ କଳସ ଯାତ୍ରାରେ ପୂଜନସ୍ଥଳୀରେ ପହଞ୍ଚିବା ପରେ ଅଧିବାସ କର୍ମ ଆରମ୍ଭ କରାଯାଇଥିଲା । ରବିବାର ବୈଦିକ ରୀତିରେ ମନ୍ଦିର ପ୍ରତିଷ୍ଠା ସହିତ ଦକ୍ଷିଣମୁଖୀ ହନୁମାନଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ଏହି ପବିତ୍ର କର୍ମରେ ସାମିଲ ହେବାପାଇଁ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ପୂଜା କର୍ମରେ ଆୟୋଜକ ତଥା ସମାଜସେବୀ ସନ୍ତୋଷ କୁମାର ଯୋଷୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଗୀତାଞ୍ଜଳି ଯୋଷୀ ଯଜମାନ ଭାବରେ ଦାୟିତ୍ଵ ନିର୍ବାହ କରିଥିବା ବେଳେ ନରସିଂହ ପତି ଓ ଶ୍ରୀରାମ ପୂଜା କର୍ମ ତୁଳାଇ ଥିଲେ । ଶ୍ରଦ୍ଧାଳୁମାନେ ଆବେଗର ସହ ଭଜନ କୀର୍ତ୍ତନରେ ଲୀନ ଥିବାବେଳେ ଅମରେଶ ମୁଣ୍ଡ ଓ ସାଥୀମାନେ ବାଦ୍ୟଯନ୍ତ୍ର ସହିତ ହନୁମାନ ଚାଳିଶା ଗାନ କରିଥିଲେ । ଆୟୋଜକ ଆଇନଜୀବୀ ସଞ୍ଜୀବ କୁମାର ଯୋଷୀ, ଅରୁଣ କୁମାର ଯୋଷୀ, ଅକ୍ଷୟ କୁମାର ଯୋଷୀ, ଶମ୍ଭୁ ପ୍ରସାଦ ମୁଣ୍ଡ ପ୍ରମୁଖ ଆୟୋଜନର ପୁରୋଧା ଥିବାବେଳେ ଗୋବିନ୍ଦ ଶବର, ମଙ୍ଗଳୁ ସେଠୀ, ବାଞ୍ଛାନିଧି ଯୋଷୀ, ପ୍ରଦୀପ କୁମାର ଯୋଷୀ, ବାସନ୍ତୀ ଶବର ସମସ୍ତ ନାରୀ ମଣ୍ଡଳ ସହଯୋଗ କରିଥିଲେ । ଆୟୋଜିତ ପାବନ କାର୍ଯ୍ୟରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି, ବିଜେପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ସମାଜସେବୀ ଶେଷଦେବ ବେହେରା, ଡାକ୍ତର ଗୋପବନ୍ଧୁ ମୁଣ୍ଡ, ସରପଞ୍ଚ ଗୀତାଞ୍ଜଳି ପଣ୍ଡା, ପ୍ରେମ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

purusottam
Leave A Reply

Your email address will not be published.