jayashree

ପଞ୍ଚାୟତ ସମିତି ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋଟିଏ ଶିକ୍ଷାନୁଷ୍ଠାନ ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଭାଗିତା ଓ ସହଯୋଗର ଆବଶ୍ୟକ ରହିଛି । ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକଙ୍କ ମିଳିତ ଉଦ୍ୟମ ଦ୍ୱାରା ମହାବିଦ୍ୟାଳୟର ବିକାଶ ଆଗକୁ ଯାଇଥାଏ । ଛାତ୍ରଛାତ୍ରୀ ସାଧନାରତ ଭାବେ ପାଠ ପଢିବା ସହିତ ସଂକଳ୍ପ ନେଇ ଶିକ୍ଷାଲାଭ କଲେ ସିଦ୍ଧାନ୍ତରେ ନିଶ୍ଚିତ ପହଞ୍ଚି ପାରିବେ ବୋଲି ବରଗଡ଼ ଜିଲ୍ଲା ଗାଇସିଲେଟ ପଞ୍ଚାୟତ ସମିତି ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ପ୍ରକାଶ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟଅତିଥି ଭାବେ ପଦମପୁର ଉପ ଜିଲ୍ଲାପାଳ ଆଲୋକ ପଟେଲ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଖଡ଼ିଆଲ ଅଟୋନମସ ମହାବିଦ୍ୟାଳୟର ପ୍ରାଧ୍ୟାପିକା ସୁଶ୍ରୀ ଗିତାଶ୍ରୀ ପ୍ରିୟମ୍ବଦା ଯୋଗଦେଇ ଏଭଳି ଏକ ଶିକ୍ଷାନୁଷ୍ଠାନକୁ ପ୍ରତିଷ୍ଠା କରିଥିବା ବ୍ୟକ୍ତି ବିଶେଷଙ୍କ ଗଠନ ମୂଳକ ଚିନ୍ତାଧାରା ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ସାଧନା ଓ ସଫଳତା ହିଁ, ଆଜି ସଂପୃକ୍ତ ଅନୁଷ୍ଠାନକୁ ଚାରି ଦଶନ୍ଧିରେ ପହଞ୍ଚାଇ ପାରିଛି ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ପ୍ରାଣପ୍ରତିଷ୍ଠାତା ଆର୍ତ୍ତତ୍ରାଣ ଯୋଷୀ, ପ୍ରାଣ ପ୍ରତିଷ୍ଠାତା ଗଣେଶ ପ୍ରସାଦ ଦାଶ, ସମ୍ପାଦକ ଅମ୍ବିକା ପ୍ରସାଦ ତ୍ରିବେଦୀ, ଭୂମିଦାତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ. ସୁନିଲ କୁମାର ପଣ୍ଡା, ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଝରଣା ପାଣିଗ୍ରାହୀ, ଜିଲ୍ଲାପରିଷଦ ସଭ୍ୟ ନୀଳମଣି ବରିହା, ଉପଦେଷ୍ଟା ମଦନ ଦୀପ, ସରପଞ୍ଚ ଶରତ ଚନ୍ଦ୍ର କାଲୋ, ସମାଜ ସେବୀ ରଞ୍ଜନ କୁମାର ପଣ୍ଡା, ଯୋଗଦେଇ ଶିକ୍ଷାନୁଷ୍ଠାନ ବହୁ ଘାତପ୍ରତିଘାତ ମଧ୍ୟରେ ୪୦ ବର୍ଷ ଅତିକ୍ରମ କରିସାରିଛି । ଏଠାରୁ ବହୁ କୃତୀ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି ବୋଲି ପ୍ରକାଶ କରିଥିଲେ ଏବଂ ଦୀର୍ଘ ୩୯ ବର୍ଷ ପରେ ପ୍ରଥମଥର ପାଇଁ ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସାଧୁବାଦ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପିକା ପ୍ରତୀକ୍ଷା ଡଣ୍ଡସେନା ଓ ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡା । ପ୍ରଧ୍ୟାପକ ନାରାୟଣ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରୟାସରେ କାର୍ଯ୍ୟକ୍ରମଟି ଅତି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିବାରୁ ପରିଶେଷରେ ଅଧ୍ୟାପିକା ସୁଶ୍ରୀ ସଂଘମିତ୍ରା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.