centurian jitm

ପ୍ରତିଶ୍ରୁତି ଦେଇ ଭୁଲିଗଲେ ବ୍ଲକ ଅଧ୍ୟକ୍ଷା

nschool

ପାଟଣାଗଡ, (କେପିଏନ୍‌ଏସ୍‌) : ନିର୍ବାଚନ ସମୟରେ ନେତା/ରାଜ ନେତା ନିଜ ନିଜର ଆଭିମୁଖ୍ୟ ଦେଖାଇ ଏଇଟା କରିଦେବି, ସେଇଟା କରିଦେବି, ଘର ଘର ପାଣି ଯୋଗାଇ ଦେବି, ଲାଇଟ ଲଗାଇ ଦେବି, ଘର କରିଦେବି, ରାସନ କାର୍ଡ କରିଦେବି ବୋଲି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଭୋଟ ହାତେଇବା ପାଇଁ ଆଳ ଦେଖାଇଥାନ୍ତି । କିନ୍ତୁ ନିର୍ବାଚନ ସରିଗଲା ପରେ କିଏ କାହାକୁ ପଚାରେ । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଗମ୍ଭାରି ଗ୍ରାମରେ । ସୂଚନାନୁଯାୟୀ, ଗମ୍ଭାରି ଗ୍ରାମର ଜଗନ୍ନାଥପଡ଼ାଠାରୁ ଗୌନ୍ତିଆପଡ଼ା ପର୍ଯ୍ୟନ୍ତ ଜନସାଧାରଣ ଅନ୍ଧାରରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବିଗତ ଦିନରେ ପ୍ରଶାସନ ତରଫରୁ ଗାଁର ଲାଇଟ ଖମ୍ବରେ ସେନ୍ସର ଲାଇଟ ଲାଗିବା ପାଇଁ ୧୦ଟା ଆଦେଶ ଦିଆଯାଇଥିଲା । ହେଲେ ଏଠାରେ ଆଜି ପର୍ଯ୍ୟନ୍ତ ଉକ୍ତ ପଡାରେ ଲାଇଟର କିଛି ବନ୍ଦୋବସ୍ତ ହୋଇ ପାରିନାହିଁ । ପଡ଼ାର ଜନସାଧାରଣଙ୍କ କହିବାନୁଯାୟୀ, ଜଣେ ନୂତନ ଚେୟାରମ୍ୟାନ ଏବଂ ସରପଞ୍ଚଙ୍କୁ ଆମେ ବହୁ ମାତ୍ରାରେ ଭୋଟ ଦେଇ ଜିତାଇ ଭୁଲ କରିଛୁ ବୋଲି କହିବା ସହିତ କ୍ଷୋଭ ପ୍ରକାଶ କରିଛନ୍ତି ପଡ଼ାର ବୁଦ୍ଧିଜୀବୀମାନେ । ତେଣୁ ଗମ୍ଭାରି ଗ୍ରାମର ଉକ୍ତ ପଡ଼ା ଦୀପ ତଳ ଅନ୍ଧାର ସଦୃଶ୍ୟ ବୋଲି କୁହାଯାଉଥିବା ଶୁଣିବାକୁ ମିଳୁଛି । ଉକ୍ତ ପଡାରେ କେବେ ଷ୍ଟ୍ରିଟ ଲାଇଟ ଲାଗିବ ତାହା ଦେଖିବାକୁ ବାକି ରହିଲା ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.