୭ଦିନ ଭିତରେ ସମସ୍ୟା ସମାଧାନ ପାଇଁ ବିଡ଼ିଓ ଦେଲେ ପ୍ରତିଶ୍ରୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଗତ ଶୁକ୍ରବାର ଦିନରୁ ଭିଲେଜର୍ସ ଇଣ୍ଡିଆ ପାର୍ଟି (ଭିଆଇପି)ର ଅଧ୍ୟକ୍ଷ ଡ.ବିପିନ କୁଶଲିଆଙ୍କ ନେତୃତ୍ୱରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣା ଦେଇ ଆସୁଥିଲେ ଦଳୀୟ ସଭ୍ୟ ଓ ପଞ୍ଚାୟତବାସୀ । ହେଲେ ଆଜି ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୂରଲୀଧର ନାଏକ ଧାରଣାସ୍ଥଳରେ ପହଞ୍ଚି ୭ଦିନ ମଧ୍ୟରେ ସ୍ଥାନୀୟ ଡୁମେରପିଟା ପଞ୍ଚାୟତର ନୂତନ କୋଠକୁ ଉଦଘାଟନ କରି ସେହିଠାରେ ହିଁ ହିତାଧିକାରୀଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରାଯିବ । ଏହାସହ ଡୁମେରପିଟା ଓ ଚିପାକାନିରେ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଧାରଣ ଦେଇଥିବା ଲୋକେ ଧାରଣାରୁ ଓହରିଥିଲେ ।

ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ୍ ଡୁମେରପିଟା ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ଚଳିତ ମାସ ଗତ ୧୦ତାରିଖ ଦିନ ଭିଲେଜର୍ସ ଇଣ୍ଡିଆ ପାର୍ଟି (ଭିଆଇପି) ପକ୍ଷରୁ ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବୀ ପୂରଣ ନ ହେବାରୁ ୧୮ ତାରିଖରୁ ସ୍ଥାନୀୟ ପଞ୍ଚାୟତ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣ ଦେଇଥିଲେ ।

Leave A Reply

Your email address will not be published.