ଆଭାସୀ ଶୁଣାଣି କାର୍ଯ୍ୟକ୍ରମରେ କିନ୍ନରମାନଙ୍କୁ ଜାଗା ଦେବା ପାଇଁ ପ୍ରତିଶ୍ରୁତି ଦେଲେ ତହସିଲ୍‌ଦାର୍‌

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଗତକାଲି ଏକ ଆଭାସୀ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କିନ୍ନରମାନଙ୍କୁ ଜାଗା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ତହସିଲ୍‌ଦାର୍‌ ଲକ୍ଷ୍ମଣ ମାଝି । ଏହି କାର୍ଯ୍ୟକ୍ରମରେ ପ୍ରଥମେ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଜନସାଧାରଣଙ୍କୁ ସ୍ୱାଗତ ଜଣାଇବା ପରେ ତହସିଲ୍‌ଦାର୍‌ ଶ୍ରୀ ମାଝିଙ୍କ ଅଧ୍ୟକ୍ଷତାରେ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିବାଦିତ ନାମାନ୍ତରୀକରଣ ସଂକ୍ରାନ୍ତୀୟ ୨୫ଟି ମାମଲା, ୧୯(୧)ସି ସଂକ୍ରାନ୍ତୀୟ ୨ଟି ମାମଲା, ସୀମା ନିର୍ଦ୍ଧାରଣ ସଂକ୍ରାନ୍ତୀୟ ୪ଟି ଏବଂ ପରିବହନ ସଂକ୍ରାନ୍ତୀୟ ୪ଟି ମାମଲାକୁ ମିଶାଇ ସମୁଦାୟ ୩୬ଟି ମାମଲାର ଶୁଣାଣି ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିନ୍ନରମାନଙ୍କୁ ଏକ ଜାଗା ଦେବା ପାଇଁ ତହସିଲ୍‌ଦାର୍‌ ପ୍ରତିଶ୍ରୁତି ଦେଇଥିଲେ । ସ୍ଥାନୀୟ ତହସିଲ୍‌ଦାର୍‌ ଶ୍ରୀ ମାଝିଙ୍କ ଦ୍ଵାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଦ୍ଵାରା ଜନସାଧାରଣ ତୁରନ୍ତ ନ୍ୟାୟ ପାଉଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି । ସ୍ଥାନୀୟ ତହସିଲ୍‌ଦାର୍‌ଙ୍କ ଏଭଳି ମହତ୍‌ କାମ ପାଇଁ ଜନସାଧାରଣ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.