ସାପ କାମୁଡ଼ିବା ଘଟଣାରେ ମୃତପରିବାରବର୍ଗଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବିବିନା ପଞ୍ଚାୟତ ଜାମପଦର ଗାଁରେ ଗତ ୨୫ ତାରିଖ ଦିନ ସାପ କାମୁଡାରେ ୨ ଭାଇଭଉଣୀଙ୍କ ମୃତ ଘଟଣାକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଏହି ଘଟଣାକୁ ନେଇ ଶୁକ୍ରବାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରତିନିଧି ଦଳ ପହଂଚି ମୃତାହତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ବିଜେପି ନେତା ସର୍ବେଶ୍ୱର ମହାପାତ୍ରଙ୍କ ନେତୃତ୍ୱରେ ବାପା ବିକାଶ ସାଗର ଓ ତାଙ୍କ ପତ୍ନୀଙ୍କୁ ଭେଟି ପୁଅଝିଅ ଦୁହିଁଙ୍କ ଅକାଳ ବିୟୋଗ ଘଟଣାକୁ ନେଇ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଦୁଃଖ ପ୍ରକାଶ କରିଛନ୍ତି । ସେ ବିଧାନସଭା ଚାଲିଥିବା ଯୋଗୁଁ ଗାଁକୁ ଆସି ପାରିଲେ ନାହିଁ । ତେଣୁ ତାଙ୍କ ଶୁଦ୍ଧକ୍ରିୟା ସମୟରେ ଆସିବେ ବୋଲି ପରିବାରବର୍ଗଙ୍କୁ ପ୍ରତିନିଧି ଦଳ ଜଣାଇଛନ୍ତି । ଏହି ପ୍ରତିନିଧି ଦଳରେ ବିଜେପି ନେତା ପ୍ରକାଶ ସାହୁ, ପ୍ରେମାନନ୍ଦ ସ୍ୱାଇଁ, ରାଜ କୁମାର ଦୀପ ଓ ପୁରୁଷୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.