oom

ଉମେଶ ପଟେଲ ବଲାଙ୍ଗିର ସାଂସଦଙ୍କ ଆଗଲପୁର ବ୍ଲକ ପ୍ରତିନିଧି

jsmm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା କୁମାରୀ ସିଂହଦେଓଙ୍କ ଆଗଲପୁର ବ୍ଲକ ପ୍ରତିନିଧି ଭାବରେ ଦ୍ୱିତୀୟ ଥର ପାଇଁ ଉମେଶ ପଟେଲ ମନୋନୀତ ହୋଇଥିବା ସୂଚନାରୁ ପ୍ରକାଶ । ଶ୍ରୀ ପଟେଲ ଦୁଇଥର ରୋତ ମହାବିଦ୍ୟାଳୟର ସଭାପତି ଥିଲେ । ପରେ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦାନ କରି ବିଜେପି ଦଳର ଆଗଲପୁର ବ୍ଲକ ମଣ୍ଡଳ ସଭାପତି ଦାୟିତ୍ୱରେ ରହି ଦଳପାଇଁ କାର୍ଯ୍ୟ କରି ଆସୁଥିଲେ । ସେ ସାଂସଦଙ୍କ ସହ ଦଳର ସମସ୍ତ କର୍ମକର୍ତ୍ତାଙ୍କ ପ୍ରିୟ ହୋଇ ପାରିଥିଲେ । ସାଂସଦଙ୍କ ଅନୁପସ୍ଥିତିରେ ଆଗଲପୁର ବ୍ଲକର ବିଭିନ୍ନ ବୈଠକମାନଙ୍କରେ ସାଂସଦଙ୍କ ପ୍ରତିନିଧି ଭାବେ ଯୋଗଦେଇ ସାଂସଦଙ୍କ ପରାମର୍ଶ ଅନୁଯାୟୀ ସମସ୍ତ ସରକାରି ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ କାମଗୁଡିକ ତଦାରଖ କରି ବ୍ଲକର ବିକାଶପାଇଁ ସବୁ ସ୍ତରରେ ସମ୍ବନ୍ୱୟ ରକ୍ଷା ପାଇଁ ପ୍ରୟାସ କରିବେ ବୋଲି ଶ୍ରୀ ପଟେଲ ପ୍ରକାଶ କରନ୍ତି । ପୁଣି ତାଙ୍କୁ ଦ୍ୱିତୀୟ ଥର ପାଇଁ ସାଂସଦ ଶ୍ରୀମତି ସିଂହଦେଓ ଆଗଲପୁର ବ୍ଲକ ପ୍ରତିନିଧି ଭାବେ ମନୋନୀତ କରିଥିବାରୁ ଶ୍ରୀମତି ସିଂହଦେଓଙ୍କୁ କୃତଜ୍ଞତା ଜଣାଇବା ସହ ଆଗଲପୁର ବ୍ଲକର ସମସ୍ତ କର୍ମକର୍ତ୍ତାଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.