ବରଗଡ, (ମୁନ୍ନା ସାହୁ) : ବରଗଡ଼ ବରଡୋଲ ଗ୍ରାମରେ ଗତ ୨ ତାରିଖରେ ହୋଇଥିବା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ପରେ ଉତ୍ୟକ୍ତ ଲୋକେ ଏକ କାରକୁ ଭାଙ୍ଗିବା ସହ ଆକ୍ରମଣ କରୁଥିବା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ତେବେ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ବରଗଡ଼ ବିଧାୟକଙ୍କ ପୁଅ ସହିତ ଯୋଡ଼ାଯାଉଥିବା ଘଟଣାକୁ ନେଇ ବରଡୋଲ ଗ୍ରାମବାସୀ ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ସର୍କିଟ ହାଉସ ଠାରେ ବିଧାୟକଙ୍କୁ ଭେଟି ଆଲୋଚନା କରିଥିଲେ । ବିଧାୟକଙ୍କ ପୁଅ ଘଟଣା ସ୍ଥଳରେ ନଥିବା ନେଇ ପ୍ରତିକ୍ରିୟା ରଖିଥିବା ବେଳେ ବିରୋଧୀ ଦଳର ଏପରି କୁଚକ୍ରାନ୍ତକୁ ନିନ୍ଦା କରିଛନ୍ତି ବରଡୋଲ ଗ୍ରାମବାସୀ । ଅନ୍ୟପଟେ ବରଗଡ଼ରେ ବଢିଚାଲିଥିବା ବିକାଶକୁ ଦେଖି ବିରୋଧୀ ଦଳ ସହ୍ୟକରି ନପାରି ଏପରି ହୀନ ରାଜନୀତି କରୁଥିବା ନେଇ ଜଣାଇଛନ୍ତି ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ।