ତେନ୍ତୁଳିମୁଣ୍ଡାରେ ୨୬ ତମ ବିଶ୍ଵକର୍ମା ପୂଜା ଉପଲକ୍ଷେ ଡେନ୍ସ ପ୍ରତିଯୋଗିତା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଗ୍ରାମରେ ବିଶ୍ଵକର୍ମା ପୂଜା କମିଟିଙ୍କ ଆନୁକୁଲ୍ୟରେ ୨୬ ତମ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେବେନ୍ଦ୍ର ମଲ୍ଲିକ, ଭକ୍ତିରାମ ମଲ୍ଲିକ, ଡୋଲାମଣି ନାଗ, ବୃନ୍ଦାବନ ମେହେର, ଯୋଗୀଲାଲ ମେହେର, ଗୋଲାପ କୁମାର ବିଶ୍ଵାଳ, ସାମ୍ବାଦିକ ଜଗଦିଶ ଭୋଇ ପ୍ରମୂଖ ଅତିଥି ଭାବେ ଯୋଗଦାନ କରିଥିଲେ । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଉପଢୌକନ ଦେଇଥିଲେ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲ। । କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ, ସଂଗୀତ, ଭଜନ, ଗୃପଡେନ୍ସ ଆଦି ନୃତ୍ୟ ପରିବେଷଣ ହୋଇଥିଲା । ଡେନ୍ସରେ ପ୍ରଥମ ସ୍ଥାନ ବଲାଙ୍ଗିର କିଲର ବୟ ଗୃପ୍ ମୀନକେତନ ଥାପା ଓ ଲୀଲୁରାଣୀ ଗୁରୁ, ଦ୍ଵିତୀୟ ସ୍ଥାନ, ପାଟଣାଗଡର ଚିଣ୍ଟୁ କବାଟ ଓ ତୃତୀୟ ସ୍ଥାନ ଭଇଁଷା ଗାଁର କୁନି କଳାକାର ମହିନ୍ଦ୍ର ସୁନା ଓ ଶଙ୍କର ସୁନା ଅଧିକାର କରିଥିଲେ । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କାର ରାଶି ପ୍ରଦାନ କରିଥିବା ସହ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ତାଙ୍କ ପ୍ରତିଭାକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରଭୁଦାସ କୁମ୍ଭାର ମଞ୍ଚ ପରିଚଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତେନ୍ତୁଳିମୁଣ୍ଡା ଗାଁର ଯୁବ ସଂଗଠନ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସହଯୋଗ କରିଥିବା ବେଳେ ସାମାଜସେବୀ ଅଭିଦୀପ ବିଶ୍ଵକର୍ମା ପୂଜା କମିଟିକୁ ସହଯୋଗ କରିଥିଲେ । ଡେନ୍ସ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଚାରକ ମଣ୍ଡଳୀ ଭାବରେ ବୁଲୁ ବାଗ, ବିକି ମେହେର, କଣ୍ଟାବାଞ୍ଜି ଆଲବମ ହିରୋ ପ୍ରଶାନ୍ତ ତାଣ୍ଡି ଓ ତେନ୍ତୁଳି ମୁଣ୍ଡାର ଡେନ୍ସ ଶିକ୍ଷକ ସୁରେଶ ବନଗୁଳା ଦାୟିତ୍ଵ ନିର୍ବାହ କରିଥିଲେ । ପୂଜା କମିଟି ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.