
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କ୍ରୀଡା ଭିତ୍ତିଭୂମି ବିକାଶର ଅନ୍ୟତମ ବିନ୍ଧାଣୀ ତଥା ଭୂତପୂର୍ବ ରାଇଜିଙ୍ଗ କ୍ଲବ ସଭାପତି ସ୍ୱର୍ଗତ ପ୍ରଶାନ୍ତ ସିଂହଙ୍କ ସ୍ମୁତି ଉଦ୍ଦେଶ୍ୟରେ ପ୍ରଥମ ୧୪ ବର୍ଷରୁ କମ୍ ଗ୍ରାସରୁଟ ଫୁଟ୍ବଲ୍ ଚମ୍ପିୟାନ ପ୍ରତିଯୋଗିତା ରାଇଜିଙ୍ଗ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାକୁ ମୁଖ୍ୟଅତିଥି ଭାବେ ଆର୍ଏସପି ସହର ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ଯୋଗଦେଇ କ୍ରୀଡା ଭିତ୍ତିଭୂମିର ବିକାଶ ସହରାଞ୍ଚଳରେ ଖୁବ୍ ଶୀଘ୍ର ତ୍ୱରାନ୍ୱିତ ଢ଼ଂଗରେ ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ ଏବଂ ଏଭଳି ପ୍ରତିଯୋଗିତା ଦ୍ୱାରା ନୂଆ ପ୍ରତିଭା ବାହାରି ପାରିବେ ବୋଲି ଆଶା ପ୍ରକଟ କରିଥିଲେ । ସମ୍ମାନୀତ ଅତିଥି ଭାବେ ଆର୍ଏସ୍ପି ନ୍ୟୁ-ପ୍ଲେଟ ମିଲର ମହା ପ୍ରବନ୍ଧକ ନିଳମଣି ମହାପାତ୍ର, ମାନବ ସମ୍ବଳ ବିକାଶ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀନିବାସ ପଣ୍ଡା ଓ ଟ୍ରାଫିକ ଓ କଞ୍ଚାମାଲ ବିଭାଗର ମହାପ୍ରବନ୍ଧକ ସନ୍ତୋଷ କୁମାର ଭୂୟାଁ ପ୍ରମୁଖ ଯୋଗଦାନ କରି ଏଭଳି ପ୍ରତିଯୋଗିତା ଆୟୋଜନ ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାକୁ ପରିଚାଳନା କରିବାରେ ଜୟନ୍ତ ମହାରଣା, ସନ୍ତୋଷ ସ୍ୱାଇଁ, ମନୋଜ୍ ସାମନ୍ତ, ପୁରୁଷୋତ୍ତମ ତନ୍ତି, ବାଦଲ ମୁଣ୍ଡା, ମନୋଜ ମାଝି, ଅଶୋକ ଜଗଦଲ, ଅତନୁ ଚକ୍ରବର୍ତ୍ତୀ, କେବଲଲାଲ, ଅନମୋଲ, କମଳାକାନ୍ତ ନାୟକ, ରାକେଶ ସ୍ୱାଇଁ, ବିରେନ ପ୍ରଧାନ, ସନ୍ୟାସୀ ନାୟକ, ଅରୁଣ ପୁହାଣ, ଇନ୍ଦ୍ରଜିତ ସିଂହ, ଶୁଭେନ୍ଦୁ ମହାନ୍ତି, ସୌମ୍ୟ ଦାସ, ଏସ୍କେ ରିଆଜଉଦିନ ପ୍ରମୁଖ ସହଯୋଗ କରିଥିଲେ । ମ୍ୟାଚ୍ କମିଶନର ଭାବେ ପି.କେ. ମହାନ୍ତି ସହଯୋଗ କରିଥିବା ବେଳେ ବରିଷ୍ଠ କ୍ରୀଡା ପ୍ରଶିକ୍ଷକ ବିଭୁତି ମହାନ୍ତି ଉପସ୍ଥିତ ଥିଲେ । ବୀର ବିର୍ଶା ମୁଣ୍ଡା ୟୁଥ୍ କ୍ଲବ୍ ସେକ୍ଟର -୬ ଚମ୍ପିୟାନ ଓ ଗ୍ରାସରୁଟ-କ ସେକ୍ଟର -୨୦ ଟିମ୍ ରନର୍ସ ଅପ୍ ଭାବେ ବିବେଚିତ ହୋଇଥିବା ବେଳେ ତୃତୀୟ ସ୍ଥାନରେ ଗର୍ଜନ ଏଫ୍ସି ଏବଂ ଓଏଫ୍ଏ ସିଭିଲ ଟାଉନସିପ ଚତୁର୍ଥ ଦଳ ଭାବେ ବିବେଚିତ ହୋଇଥିଲେ । ଉଦ୍ଯାପନୀ ସମାରୋହରେ ଟ୍ରାଫିକ ଓ କଞ୍ଚାମାଲ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ହୀରାଲାଲ ମହାପାତ୍ର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ସେହି ବିଭାଗର ମହାପ୍ରବନ୍ଧକ କୌଶିକ ସୁନ୍ୟାନୀ, ସନ୍ତୋଷ କୁମାର ଭୂୟାଁ ଓ ମୁଖ୍ୟବକ୍ତା ଭାବେ ପ୍ରୋଟୋକଲ ଓ କ୍ରୀଡ଼ା ବିଭାଗର ମୁଖ୍ୟ ତଥା ଭାରପ୍ରାପ୍ତ ମହାପ୍ରବନ୍ଧକ ବିଜୟ କୁମାର ରାଉତ ଯୋଗ ଦେଇଥିବା ବେଳେ ସ୍ୱାଗତ ଅଭିଭାଷଣ ରାଇଜିଙ୍ଗ କ୍ଲବର ସଂଗଠନ ସମ୍ପାଦକ ଶିଶିର ସାହୁ ଦେଇଥିଲେ ଓ ଶେଷରେ ସମ୍ପାଦକ ପ୍ରଭାସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ କ୍ରୀଡା ସମୀକ୍ଷିକ ପଦ୍ମନାଭ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।