ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତବର୍ଷର ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ସଂଗଠିତ ହୋଇଯାଇଛି । ପ୍ରାଥମିକ ବିଦ୍ୟାଳୟ, ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଓଡିଆ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ବିଚାରକ ଭାବେ ସଙ୍ଗୀତଜ୍ଞ ଯତୀନ୍ ଦାଶ, ସଙ୍ଗୀତଜ୍ଞ ଡ. ଚନ୍ଦନ ଗନ୍ତାୟତ ଏବଂ ସଙ୍ଗୀତଜ୍ଞ ଇଂ. ଅଭୟେନ୍ଦୁ ପଟ୍ଟନାୟକ ଯୋଗ ଦେଇଥିଲେ । ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ପ୍ରାଥମିକ ସ୍ତରରେ ପ୍ରବୀଣ କୁମାର ପଲାଇ କାର୍ମେଲ ସ୍କୁଲ, ଛତ୍ରପୁର ପ୍ରଥମ ସ୍ଥାନ, ତନିସା ନାୟକ, ପୁତିଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଛତ୍ରପୁର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଚିନ୍ମୟୀ ବେହେରା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରିକାପଲ୍ଲୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମଧ୍ୟ ଇଂରାଜୀସ୍ତରୀୟ ଓଡିଆ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତାରେ ସୋନାଲି ପ୍ରଧାନ, ଓଡିଶା ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡି ପ୍ରଥମ ସ୍ଥାନ, ରୋଶନୀ କୁମାରୀ ପତି, ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ, ଗୋବିନ୍ଦପୁର ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ନିବେଦୀତା ସ୍ୱାଇଁ, କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉଚ୍ଚ ବିଦ୍ୟାଳୟ ସ୍ତରରେ ସାହିଲ କୁମାର ପାତ୍ର, ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ, ଗୋବିନ୍ଦପୁର ପ୍ରଥମ ସ୍ଥାନ, ପ୍ରିୟଙ୍କା ସାହୁ, ଜ୍ଞାନ ବିକାଶ ଆବାସିକ ବିଦ୍ୟାଳୟ, ଗୋବିନ୍ଦପୁର ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଦିବ୍ୟଶ୍ରୀ ମହାପାତ୍ର, କାର୍ମେଲ ସିନିୟର ସେକେଣ୍ଡାରୀ ସ୍କୁଲ ଛତ୍ରପୁର ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ ଦିପିକା ନାୟକ, ଛତ୍ରପୁର ମହିଳା ଉଚ୍ଚତର ମହାବିଦ୍ୟାଳୟ ପ୍ରଥମ ସ୍ଥାନ, ବି. ରେଶ୍ମା ରେଡ୍ଡୀ ଜ୍ଞାନ ବିକାଶ ଉଚ୍ଚତର ମହାବିଦ୍ୟାଳୟ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ସୌମ୍ୟାଶ୍ରୀ ରଥ, ମାଉଣ୍ଟ ଲିଟେରା ଜୀ ସ୍କୁଲ, ଗୋବିନ୍ଦପୁର ଏବଂ ରିଙ୍କି ନାଇକ ଛତ୍ରପୁର ମହିଳା ଉଚ୍ଚତର ମହାବିଦ୍ୟାଳୟ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା ।