ମାଲକାନଗିରି : ଆସନ୍ତା ୧୫ ତାରିଖରୁ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ମାଲ୍ୟବନ୍ତ ମହୋତ୍ସବ । ସେଥି ନମନ୍ତେ ଦୁଇଦିନ ଧରି ଆରମ୍ଭ ହୋଇଛି ଆଦିବାସୀ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗିତା । ଜିଲ୍ଲାର ପାରମ୍ପରିକ ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଆୟୋଜନ ହେଉଛି ମାଲ୍ୟବନ୍ତ ମହୋତ୍ସବ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଦିବାସୀ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ନିଆରା ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗଦେଇ ଉଦ୍ଟନ କରିଛନ୍ତି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ବିଶାଳ ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧ୍ୱୱାନି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତ୍ରିନାଥ ମାଝୀ ଯୋଗ ଦେଇ ଆଦିବାସୀ ଲୋକ କଳା ସଂସ୍କୃତି ଉପରେ କହିଥିଲେ । ଏହି ଅବସରରେ ଅତିଥିମାନେ ମାଲ୍ୟବନ୍ତ ମହୋତ୍ସବର ପ୍ରଚାର ପତ୍ରକୁ ଉନ୍ମୋଚନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସହାୟକ ଜିଲ୍ଲାପାଳ ସାଗରିକା ସାହୁ, ନିୟୋଜନ ଅଧିକାରୀ, ମନସ୍ଵି ସେଠୀ, ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ଯୋଗାଣ ଅଧିକାରୀ ରଥ, ପୂର୍ବତନ ତହସିଲଦାର ଶଶାଙ୍କ ମିଶ୍ର, ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ, ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ବନବାସୀ ଗବେଷକ ରତ୍ନାକର ଦାଶ, ଜିଲ୍ଲା ଦେଶିଆ ନାଟଗୁରୁ ସାଂସ୍କୃତିକ ସଙ୍ଗଠନର ସଭାପତି ଅନାଦି କଡା, ସମାଜସେବୀ ବିନାଶ କୁମାର ମିଶ୍ରଙ୍କ ସମେତ ମାଲ୍ୟବନ୍ତ ମହୋତ୍ସବ କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ କଳାକାର ମାନେ ଉଦଘୋଷକ ଭାବେ ଯୋଗଦେଇ ସୁନ୍ଦର ଭାବେ ସଂଯୋଜନା କରିଥିଲେ ।
Prev Post