ଖପ୍ରାଖୋଲରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସୁଖିରାମ୍ ଷାଣ୍ଢ, ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ, କନିଷ୍ଠ ଯନ୍ତ୍ରୀ ରାଜକିଶୋର ନାଏକ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଫିତା କାଟି ନଡ଼ିଆ ଭାଙ୍ଗି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ହକି ବିଶ୍ଵକପ ୨୦୨୩ ଅବସରରେ କ୍ରୀଡା ପ୍ରତି ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଉତ୍ସାହ ବୃଦ୍ଧି ପାଇଁ ପଞ୍ଚାୟତ ଠାରୁ ବ୍ଲକ, ଜିଲ୍ଲା ଯାଏଁ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି । ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ପଞ୍ଚାୟତ ସ୍ତରରୁ ଉତ୍ତୀର୍ଣ୍ଣ ଦଳ ଭାଗ ନେଉଥିବା ବେଳେ ଫୁଟବଲ ଓ ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଛି । ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଉଦ୍‌ଘାଟନୀ ଦିବସରେ ୮ଟି ପଞ୍ଚାୟତର ଉଭୟ ଛାତ୍ରଛାତ୍ରୀ ପ୍ରତିଯୋଗୀ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମାନନ୍ଦ ବେହେରା, ମନୋଜ ସାହୁ, ଦୋଲାମଣୀ ପ୍ରଧାନ, ପବିତ୍ର ଦାସ, ଅକ୍ଷୟ ପ୍ରଧାନ, ଯତୀଶ ସାହୁ ସମେତ ଖେଳ ଶିକ୍ଷକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.