ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ଏପ୍ରିଲ୍ ମାସ ୩ ତାରିଖ ଏବଂ ୪ ତାରିଖ ଦିନ ଭେଉଁରିଆ ଗାଁରେ ପାଳନ ହେବାକୁ ଯାଉଛି ୩୨ତମ ସିରଜିନା ଉତ୍ସବ ଓ ପ୍ରଥମ ଶିଶୁ ନାଟକ ପ୍ରତିଯୋଗିତା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଦୁଲଦୁଲି ବଜାର ତାଳେ ତାଳେ ମା’ ସମଲେଇଙ୍କର ପୂଜନୋତ୍ସବ କରାଯିବ । ଏହାପରେ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପ୍ରଥମ ବର୍ଷ ଏହି ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସଂପାଦକ ରାଜେନ୍ଦ୍ର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲର୍ସରା ଅତାବିରାର ନାଟକ ବଉଁଶବୁଡା ୱିନର ବ୍ରାଇଟ୍ ଫ୍ୟୁଚର୍ର ନାଟ ଉଁଆସି, ଚର୍ଦାପାଲି ସେବାଶ୍ରମର ନାଟକ ଯାର୍ ଧାନ୍ କେ ତାର୍ ମୁର୍ହି ଆଉ ଖୁଜେନ ପ୍ରାଥମିକ ବିଦ୍ୟାଳୟର ନାଟକ ଧର୍ମପଦ ମଞ୍ଚସ୍ଥ ହେବ । ଏପ୍ରିଲ ୪ ତାରିଖ ଦିନ ବହୁଭାଷୀ କବିତା ପାଠ, ଆଲୋଚନା ଚକ୍ର ଓ ସନ୍ଧ୍ୟାରେ ସମ୍ବଲପୁରୀ ନୃତ୍ୟ ଦଳଗତ ଓ ଏକକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ବର୍ଷ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୀତନୃତ୍ୟ ଓ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ କରାଯିବ ଓ ନାରୀମାନଙ୍କ ମଧ୍ୟରେ ରଙ୍ଗୋଲି, ମେହେନ୍ଦି, ଝୋଟି ଓ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସଂପାଦକ ସୂଚନା ପ୍ରଦାନ ଦେଇଛନ୍ତି । ପ୍ରତିବର୍ଷ ଭଳି ଏହି ବର୍ଷ ସିରଜିନା ସମ୍ମାନ କବିତା, ଗଳ୍ପ, ପ୍ରବନ୍ଧ ଓ ଅଭିନୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ ବୋଲି ସଂପାଦକ ସୂଚନା ପ୍ରଦାନ କରିଥିଲେ । ଏହି ବର୍ଷ ପଶ୍ଚିମ ଓଡ଼ିଶାର ମହାରାଜ ମାନଙ୍କର ଏକ ମହା ମିଳନ ମଧ୍ୟ ହେବ । ସଭାପତି ଆଦିତ୍ୟ କୁମାର ରଥ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୋଗଦାନ କରିବାକୁ ଅନୁରୋଧ କରିଥିଲେ ।
Next Post