ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସଦର ପାନିଶିଆଲି ସ୍ଥିତ ଜିଲ୍ଲା ଭିନ୍ନକ୍ଷମ ବିଦ୍ୟାଳୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକ୍ ସ୍ତରୀୟ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ବିଦ୍ୟାଳୟ ସମେତ ପିଏମଶ୍ରୀ କୋଶୋଳେଶ୍ୱର ହାଇସ୍କୁଲ ଓ ରେଆରର ୧୨୦ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ । ସୋନପୁର ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ, ସିଡିଓ ଅଶ୍ଵିନୀ କୁମାର ମେହେର, ସ୍କୁଲ ପ୍ରଧାନ ଶିକ୍ଷକ ଉତ୍ତମ ଚରଣ ଦେହୁରୀ ଯୋଗଦେଇ କ୍ରୀଡ଼ା ଦ୍ଵାରା ଶରୀର ମନ ଓ ଆତ୍ମାର ବିକାଶ ହୁଏ ଏବଂ କେବଳ ଶିକ୍ଷା ନୁହେଁ କ୍ରୀଡ଼ା ଦ୍ଵାରା ମଧ୍ୟ ଛାତ୍ରଛାତ୍ରୀ ଭଲ କ୍ୟାରିୟର ଗଢି ପାରିବେ ବୋଲି କହିଥିଲେ । ଏହି ଉଦଯାପନୀ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଅମରଜିତ୍ ସାହୁ, ପିଇଓ ସୁଶିଲ ମହାପାତ୍ର, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବୈଜୟନ୍ତି କର୍ଣ୍ଣ, ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ମଣ୍ଡଳ, ସରୋଜ କୁମାର ଦୋରା, ନରେଗା ଆସିଷ୍ଟାଣ୍ଟ ସରିତ କୁମାର ସାହୁ, ପିଇଓ ସରୋଜ କୁମାର ଭୋଇ, ଶୁଶାନ୍ତ କମଳିଆ, ସତ୍ୟ ନାରାୟଣ ପାଣିଗ୍ରାହୀ (ସିପି), ନରେଶ ମେହେର (ଏସିପି), ସୋନପୁର ବ୍ଲକ ବିଆର୍‌ସି ବିବେକ ପଣ୍ଡା, ଆର୍‌ଡବ୍ଲୁଏସ୍‌ଏସ୍‌ ସହକାରୀ ଯନ୍ତ୍ରୀ ବିକାଶ ତରେଇ, ନନ୍ଦ କିଶୋର ରାଉତ (ଜିପିଡିଓ)ଙ୍କ ସମେତ ଆଶୁତୋଷ ଭୋଇ, ଶ୍ରୀନିବାସ ପଧାନ ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି ସ୍କୁଲର ଛାତ୍ରୀ ଓଡ଼ିଶା ରାଜସ୍ୱ ସେବା ପରୀକ୍ଷାରେ କୃତୀତ୍ୱ ହାସଲ କରିଥିବା ସ୍ମୃତି ଶିଖା ଭୋଇଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପିଇଓ ସୁଶିଲ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଶେଷରେ ବିଡିଓ ପ୍ରତୀକ କର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.