ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରକାରୀ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖଲିଆଭଟା ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ୩୮ଟି ବିଦ୍ୟାଳୟର ୪୭୧ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଉଦ୍ଘାଟନୀ ଉତ୍ସବକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥଲେ । ଉଦଯାପନୀ ଉତ୍ସବରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପ୍ରଭାକର ଦାସ ମୁଖ୍ୟ ପ୍ରବନ୍ଧକ ଜୟପାଟଣା ଷ୍ଟେଟ ବ୍ୟାଙ୍କ, ପ୍ରଶାନ୍ତ କୁମାର ସାହୁ ଅଧ୍ୟକ୍ଷ ଏସ୍ଏସ୍ଡି ଖଳିଆଭଟା, ଉମାକାନ୍ତ ପଣ୍ଡା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ମୋହିତ କୁମାର ଭୋଇ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଜାନକୀ ବଲ୍ଲଭ ସାମନ୍ତ ରାୟ, ଶରତ କୁମାର ସାହୁ, କେ କେ ଡି ଏ, ଅବସର ପ୍ରାପ୍ତ କମିଶନର ଗଙ୍ଗା ଧର ମାଝୀ, ଡେପୁଟି କଲେକ୍ଟର ସେରଲି ପ୍ରଧାନ, ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଣ୍ଡା, ସମାଜସେବୀ ମନୋଜ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ମୁଖ୍ୟ କ୍ରୀଡା ପରିଚାଳକ ଲମ୍ବୋଦର ସାହୁ ଓ ଅନ୍ୟ କ୍ରୀଡା ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥଲେ । ଭଟାଗୁଡ଼ା ଏସ୍ଏସ୍ଡି ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପଣ୍ଡା ମଞ୍ଚ ପରିଚାଳନା କରୁଥିଲେ । ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।
Next Post