ଗୋଇମୁଣ୍ଡ ମା’ ବସ୍ତ୍ରେନ କ୍ରିକେଟ ପ୍ରତିଯୋଗିତା ଫାଇନାଲରେ କୁମୁଡ଼ାକୁ ହରାଇ ଝରିଆଲ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ସଦର ଗ୍ରାମ ଖେଳପଡ଼ିଆଠାରେ ୟଙ୍ଗଷ୍ଟାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ମା’ ବସ୍ତ୍ରେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଝରିଆଲ ଏବଂ କୁମୁଡା ଦଳ ମଧ୍ୟରେ ପ୍ରତିଯୋଗିତାର ଅନ୍ତିମ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ନିର୍ଦ୍ଧାରିତ ଓଭରରେ କୁମୁଡ଼ା ଦଳ ୧୦୪ ରନ ସଂଗ୍ରହ କରିଥିବା ବେଳେ ଝରିଆଲ ଦଳ ୪ ୱିକେଟରେ ବିଜୟୀ ହୋଇ ପ୍ରତିଯୋଗିତାର ଚାମ୍ପିୟାନ ହୋଇଥିଲା । ମୋଟ ୧୬ଟି ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ତେଜରାଜ ସରାଫ, ସମୀର ସାହୁ ଅମ୍ପାୟାର ଦାୟିତ୍ୱ ତୁଳାଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଲାଙ୍ଗିର ଜିଲା ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ନିରୁପମା ମାଝୀ, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ମହିଧର ଭୋଇ, ଦିଗାମ୍ବର ସାହୁ, ବରିଷ୍ଠ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ପିଙ୍କି ଖର୍ସେଲ, ବିଷ୍ଣୁ ଜୁଏଡ଼, ମିନିକେତନ ସାହୁ, ବିନୋଦ ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ପ୍ରତିଯୋଗିତାର ଚମ୍ପିୟାନ ଏବଂ ଉପବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଅକ୍ଷୟ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆୟୋଜକ କମିଟିର ଦିଲ୍ଲୀପ ସାହୁ, ଆଶିଷ ଭୋଇ, ରିବୁଲ ସାହୁ, ଫକୀର ସାହୁ, ସମୀର ସାହୁ, ବସନ୍ତ ସାହୁ, ଅମର ଭୋଇ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.