ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବି ଆର ସି ବିଲ୍ଡିଂ ପ୍ରାଙ୍ଗଣରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶକ୍ତି ଉତ୍ତୋଳନ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସକାଳୁ ସ୍କ୍ୱାଟ, ବେଞ୍ଚ ଫ୍ରେସ ଓ ଡେଡ ଲିଫ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତାର ମୂଲ୍ୟାଙ୍କନ କରିବା ପାଇଁ ନୀଳମଣି ସାହୁ, ସନତ୍ ପାଢ଼ୀ, ସନ୍ତୋଷ ମହାନ୍ତି, ଗୌତମ ଆଡ ଜୁଆଡ, ସୋମନାଥ ସାହୁ, ବବରୁ ରତେଇ, କାଳିଆ ସାହୁ, ଦିଲୀପ ବାଗ, ରଞ୍ଜନ ଆଡ ଜୁଆଡ ଉପସ୍ଥିତ ରହି ଜଜ୍ ଦାୟିତ୍ଵ ତୁଲାଇଥିଲେ । ସନ୍ଧ୍ୟାରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେଥିରେ ଷ୍ଟ୍ରଙ୍ଗ ମେନ୍ ଟିଟିଲାଗଡ଼ ହେଲେ ସୁବ୍ରତ ଭାଟି, ମିଷ୍ଟର ଟିଟିଲାଗଡ଼ ବୁଲୁ ବାଗ (ବଡି ବିଲଡିଂ ଡିଭିଜନ) ମିଷ୍ଟର ଟିଟିଲାଗଡ଼, ଅଭିଷେକ ବିଭାର (ମେନ୍ ଫିଜିକ ଡିଭିଜନ) ଭାବେ ବିଜେତା ହୋଇଛନ୍ତି । ଏହି ପ୍ରତିଯୋଗିତାକୁ ସହିଦ ଜିମ୍ ନାସୀୟମ, ଏସ ଏମ ଫିଟନେସ ହନୁମାନ ବ୍ୟାୟାମ ଶାଳା ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ବିଜେତା ମାନଙ୍କୁ ମେଡାଲ ଓ ଟ୍ରଫିଦେଇ ଉତ୍ସାହିତ କରିଥିଲେ । ସାଧାରଣତନ୍ତ୍ର ଦିବସରେ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି ।