ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଟିଟିଲାଗଡ଼ ସହରରେ ଚଳିତ ବର୍ଷ ପୁଣି ଥରେ ଆରମ୍ଭ ହେଲା ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଦ୍ଵାରା ଆୟୋଜିତ ଏବଂ ଟିଟିଲାଗଡ଼ ବ୍ୟାଡ ମିଣ୍ଟନ ଆସୋସିଏସନର ସହଭାଗିତାରେ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ର ପୂର୍ବତନ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ପିଡିଜି ଲାୟନ ଯମୁନା ପ୍ରସାଦ ଗୋଏଲ, ଟିଟିଲାଗଡ଼ ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି ତଥା ଲାୟନ୍ସ କ୍ଲବ ସଦସ୍ୟ ପ୍ରମୋଦ କୁମାର ପ୍ରଧାନ, ରିଜିଓନାଲ ଚେୟାର ପର୍ସନ ଲାୟନ ରୋହିତ ଅଗ୍ରୱାଲ, କ୍ଲବ ସଭାପତି ସଞ୍ଜୟ ସୋନି, ଜୋନ ଚେୟାର ପର୍ସନ ଗଙ୍ଗାଧର ଶର୍ମା, ଲିଓ କ୍ଲବ ସଭାପତି ପ୍ରତ୍ୟୁଷ ସାହୁ, ପ୍ରୋଜେକ୍ଟ ଚେୟାର ମେନ୍ ସଞ୍ଜୟ ବଂଶଲ୍, ନିରୋଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଲାୟନ ଆବାସ ଖାଁ । ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ତାପରେ ସମସ୍ତ ଅତିଥି ଏବଂ ଖେଳାଳିଙ୍କ ଗହଣରେ ଜାତୀୟ ସଙ୍ଗୀତ ଗାନ ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାକୁ ପରିଚାଳନା କରିବାରେ ଲାୟନ୍ସ୍ ଓ ଲିଓ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
Next Post