ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ସହରର ହେଲୋ କିଡସ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଶନିବାର ସକାଳେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ସ୍କୁଲ ପରିଚାଳକ ଫେଜ୍ ମହମ୍ମଦ ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସେହିପରି ହେଲୋ କିଡସରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପିତା ଏବଂ ଜେସିଆଇ ଟିଟିଲାଗଡ଼ ସିଟି କ୍ଲବ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଖେଳା ଯାଇଥିଲା । ଯେଉଁଥିରେ ଜେସିଆଇ ଟିଟିଲାଗଡ଼ ସିଟିର ସଭାପତି ଶୈଳେଶ ଗୋଏଲଙ୍କ ସଭାପତିତ୍ୱରେ ବିକାଶ ଜୈନ ଏହି ଟିମର ନେତୃତ୍ୱ ନେଇଥିଲେ । ତେବେ ଜେସିଆଇ ଟିମକୁ ହରାଇ ହେଲୋ କିଡସ ପେରେଣ୍ଟସ ଟିମ ବିଜୟୀ ହୋଇଥିଲେ । ତେବେ ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ସହରର ଏସ୍ଏମ୍ ଫିଟନେସର ପରିଚାଳକ, ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ତଥା ଲାୟନସ କ୍ଲବର କ୍ୟାବିନେଟ ସଦସ୍ୟ ଲାୟନ ସନ୍ତୋଷ ମହାନ୍ତି, ସମ୍ମାନିତ ଅତିଥି ଭାବେ ପୂର୍ବତନ ଫୁଟବଲ ଖେଳାଳି ତଥା ଲାୟନ୍ସ କ୍ଲବ ଡ଼ିଜି ଟିମର କ୍ୟାବିନେଟ ସଦସ୍ୟ ଲାୟନ ଲିଙ୍ଗରାଜ ସାହୁ, ଟ୍ରଷ୍ଟି ମହମ୍ମଦ ତୋସିଫ, ସାମ୍ବାଦିକ ତଥା ଲାୟନ୍ସ କ୍ଲବର ମାର୍କେଟିଂ ଚେୟାର ପର୍ସନ ଲାୟନ ସଞ୍ଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଖେଳ ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନା କରିବାରେ ସ୍କୁଲର ଶିକ୍ଷୟିତ୍ରୀ ସମିନା ଖାଁ, ପ୍ରମୋଦିନି ବେହେରା, ରଶ୍ମିତା ମହାପାତ୍ର, ଗୁନ୍ଗୁନ୍ ନିଶାଦ ଏବଂ ଜ୍ୟୋତ୍ସ୍ନା ସହଯୋଗ କରିଥିଲେ ।