ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଦ୍ୱିଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ବାର୍ଷିକ କ୍ରୀଡା କାର୍ଯ୍ୟକ୍ରମଟିକୁ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ରଥ ମା’ ଦ୍ୱାରସେନୀ ମନ୍ଦିରରୁ ଆସିଥିବା ମଶାଲକୁ ସ୍ଥାପନା କରି ଶୁଭାରମ୍ଭ କରିଥିଲେ । ଦୁଇଦିନ ଧରି ପାଖାପାଖି ୨୪ଗୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ୨ୟ ଦିବସର ଉଦଯାପନୀ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ଜଙ୍ଗଲ ବିଭାଗର ରେଞ୍ଜର ପଦ୍ମନାଭ କୁମ୍ଭାର ମୁଖ୍ୟ ଅତିଥି ଓ ବଙ୍ଗୋମୁଣ୍ଡା ବ୍ଲକର ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରିଥିଲେ । +୨ ଦ୍ଵିତୀୟ ବର୍ଷର ଛାତ୍ର ହୁଙ୍କ୍ରାୁ ସତନାମୀ ଏବଂ ଛାତ୍ରୀ କେସ୍ମିତା ନାଗ ବାଳକ ଓ ବାଳିକା ବିଭାଗରେ ଚାମ୍ପିୟନ ହୋଇଥିଲେ । ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ହେମନ୍ତ କୁମାର ପ୍ରଧାନ ଏବଂ +୩ କ୍ରୀଡା ଶିକ୍ଷକ ଜୟପ୍ରକାଶ ସାହୁ କ୍ରୀଡା ପରିଚାଳନା କରିଥିଲେ । ଶିକ୍ଷା ବିଭାଗର ଅଧ୍ୟାପକ ନରୋତ୍ତମ ପଣ୍ଡା ପୁରସ୍କାର ବିତରଣ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ସହଯୋଗରେ ସମାହିତ ହୋଇଥିବାବେଳେ ଇଂରାଜୀ ଅଧ୍ୟାପକ ନୀଳେଶ କୁମାର ପାରେଖ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.