ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ୍ ପ୍ରତିଯୋଗିତା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ଦୁଇଦିନ ଧରି ସ୍ଥାନୀୟ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ, ଲୋଇସିଂହା ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ତୃତୀୟରୁ ଅଷ୍ଟମ ଶ୍ରେଣୀ ଏବଂ ଦ୍ଵିତୀୟ ଦିନରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସବ୍ ଜୁନିଅରରୁ ୩ଜଣ, ଜୁନିଅରରୁ ୩ଜଣ ଓ ସିନିଅର ବିଭାଗର ୩ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରଫି ସମେତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉଦଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ଭୋଇ, ବିଜ୍ଞାନ ଆବାହକ ହେମନ୍ତ କୁମାର ବାରିକ, ପର୍ଶୁରାମ ସୁନା, ବିଜ୍ଞାନ ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର, କରୁଣାକର ପଟେଲ, ପ୍ରଧାନ ଶିକ୍ଷକ ଉଦ୍ଧବ ପଟେଲଙ୍କ ସମେତ ବ୍ଲକର ସମସ୍ତ ସିଆରସିସି ଯୋଗ ଦେଇଥିଲେ । ଶିକ୍ଷକ ଗୋବିନ୍ଦ ବେହେରା, ଅମ୍ବୁଜ କୁମାର ହୋତା, ସୁଦାମ ପଧାନ, ସତ୍ୟନାରାୟଣ ପଧାନ, ବୈକୁଣ୍ଠ ପଧାନ, ଚିନ୍ତାମଣି ବାରିକ, ପ୍ରେମରାଜ କୁମ୍ଭାର, ସାଗର ନାଗ୍, ଶଶାଙ୍କ ସାହୁ, ଅମ୍ବରୀଶ ଭୋଇ, ସର୍ଜନ ନେଗୀ, ବିନୋଦିନୀ ଧରୁଆ ପ୍ରମୁଖ ମୂଲ୍ୟାୟନ ଦାୟିତ୍ଵ ତୁଳାଇଥିଲେ ।

Leave A Reply

Your email address will not be published.