ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ସାଙ୍ଗକୁ ନିଜର ଅନ୍ତର୍ନିହିତ କଳାକୁ ପ୍ରଦର୍ଶନ କରାଇବା ଉଦ୍ଦେଶ୍ୟରେ ଟିଟିଲାଗଡ଼ର ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ସ୍କୁଲ ତରଫରୁ ଦ୍ୱିତୀୟ ବର୍ଷ ପାଇଁ ଆନ୍ତଃ ସ୍କୁଲ ପ୍ରତିଯୋଗିତା ଆୟୋଜିତ କରାଯାଉଛି । ଆଜିର ପ୍ରଥମ ଦିବସରେ ସାଧାରଣ ଜ୍ଞାନ, ବକ୍ତୃତା, ପ୍ରବନ୍ଧ ଲିଖନ ଓ ଗ୍ରୁପ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ଅନ୍ୟ ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ କରାଯିବ ବୋଲି ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତାର ପ୍ରତିଯୋଗୀଙ୍କ ଦକ୍ଷତାକୁ ଚୟନ କରିବା ପାଇଁ ସୁନାମ ଧନ୍ୟ ବିଚାରକ ମଣ୍ଡଳୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯେମିତିକି ନୃତ୍ୟ ବିଚାରକ ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବାପି ଡେଭିଡ ଓ ସୁପ୍ରସିଦ୍ଧ କଳାକାର ତଥା ନିର୍ଦ୍ଦେଶକ ଯୁଗଳ କିଶୋର ସାହୁ, ବକ୍ତୃତା ପ୍ରତିଯୋଗିତାର ବିଚାରକ ଭାବେ ଡ. ଯୁଗଳ କିଶୋର ଷଡ଼ଙ୍ଗୀ, ଜ୍ୟୋତି ପ୍ରକାଶ ଗଡତିଆ, ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ବିଚାରକ ଭାବେ ଉମେଶ ଚନ୍ଦ୍ର ଦାଶ, ଡିଏଭି ମହାବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ବନ୍ଦିତା କର, ହୀନ୍ଦି ବକ୍ତୃତାରେ ପ୍ରଦ୍ୟୁମ୍ନ ଦର୍ଜି ଓ ତିଲକ ରାଜ ଶର୍ମା ବିଚାରକ କାର୍ଯ୍ୟ ସମ୍ପାଦନ କରିଥିଲେ । ସାଧାରଣ ଜ୍ଞାନ ପ୍ରତିଯୋଗିତାକୁ ବନମାଳୀ ପଣ୍ଡା, ତୁଷାର ରଞ୍ଜନ ଦାସ ଏବଂ ସୁଶ୍ରୀ ଶିଖା ରାଣୀ ସାହୁ ପରିଚଳନା କରିବାରେ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ଆଗାମୀ ଦିନରେ ସ୍କୁଲର ବାର୍ଷିକୋତ୍ସବ ଦିନ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷ ଡ. ଜତି କହିଛନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲ ଉପାଧ୍ୟକ୍ଷ ପିତାମ୍ବର ଶର୍ମା, ଡାଇରେକ୍ଟର ଏଡମିନ ଧରିତ୍ରୀ ମହାନ୍ତି, ଚିଫ କୋର୍ଡିନେଟର ଶ୍ରୀମତୀ ଅନୁପମା ଚୌଧୁରୀ, କିଶୋର କୁମାର ଦାଶ, ସୁରେନ୍ଦ୍ର ଦାସ, ଆଶିଷ ସାହୁ, ଉଦୟ ଚନ୍ଦ୍ର ମହାପାତ୍ର, ଏଚ୍ଆର୍ ଶ୍ରୀମତୀ ନେହା ସିଂ, ପ୍ରମୋଦ କୁମାର ପାଲ, ଚିତ୍ତ ରଞ୍ଜନ ଚାନ୍ଦ, ଶ୍ରୀମତୀ ସୁଚିତା ମିଶ୍ର, ଅଭିଷେକ ବହିଦାର, ରବି ଯାଦବ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।
Next Post