ସଇଁତଲା, (ଖୁସିରାଣୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବଡମାଲସ୍ଥିତ ଗୋଳାବାରୁଦ କାରଖାନା ପରିସରରେ ୩ ଦିନ ଧରି ଚାଲିଥିବା ତୃତୀୟ ଏମ ଆଇ ଏଲ ହକି ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ସି ଏଫ ଅରୁଭାଙ୍କାଡୁ ନିଜ ପ୍ରତିଦ୍ଵନ୍ଦୀ ଗୋଳାବାରୁଦ କାରଖାନା ଖମାରିଆ, ଜବଲପୁର କୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତକରି ଟାଇଟଲ ହାସଲ କରିଥିଲା । ଫାଇନାଲ ମ୍ୟାଚପରେ ଆୟୋଜିତ ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥିଭାବେ ଟିଟିଲାଗଡ ବିଧାୟକ ନବୀନ ଜୈନ ଓ ଗୋଳାବାରୁଦ କାରଖାନା ବଡମାଲର ମୁଖ୍ୟ ମହାପ୍ରବନ୍ଧକ ପ୍ରଦୀପ କୁମାର ଦାଶ ଯୋଗଦାନ କରି କୃତି ଖେଳାଳି ଓ ବିଜେତା ତଥା ଉପବିଜେତା ଦଳକୁ ପୁରସ୍କାର ବଣ୍ଟନ କରିଥିଲେ । ଏହି ଅବସରରେ ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ଜୈନ ଆୟୋଜନକୁ ପ୍ରଶଂସା କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦାଶ ମଧ୍ୟ ଉଚ୍ଚକୋଟିର ଖେଳ ପ୍ରଦର୍ଶନ ପାଇଁ ଫାଇନାଲରେ ଭାଗନେଇଥିବା ଉଭୟ ଦଳର ଖେଳାଳିମାନଙ୍କୁ ପ୍ରଶଂସା କରିବା ସହ, ପ୍ରତିଯୋଗୀତା ସଫଳତାରର ସହ ଆୟୋଜିତ ହୋଇଥିବାରୁ ଆୟୋଜକ ଓ ଏହା ସହ ଜଡିତ ସମସ୍ତ ବ୍ୟକ୍ତିବିଶେଷ ତଥା ସଂଗଠନମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଉତ୍ସବରେ କାରଖାନାର ମହାପ୍ରବନ୍ଧକ ପି ଏଲ ଭିସେକର, କ୍ୟୁ ଏ ଓ କର୍ନେଲ ଏ କେ ପାଣିଗ୍ରାହୀ, ବରିଷ୍ଠ ସୁରକ୍ଷା ଅଧିକାରୀ କର୍ନେଲ ଜନ୍ମେଜୟ ମିଶ୍ର, ଅନ୍ୟ ଅଧିକାରୀ, ମ୍ୟୁନିସନ୍ସ ଇଣ୍ଡିଆ ଲିମିଟେଡ ମହିଳା କଲ୍ୟାଣ ସଂସ୍ଥାନ ବଡମାଲ ଶାଖାର କର୍ମକର୍ତ୍ତା, ଜେ ସି ଏମ, କାର୍ଯ୍ୟ ସମିତିର ସଦସ୍ୟଗଣ, ୟୁନିୟନ ଏବଂ ଏସୋସିଏସନର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ । ଉଦଯାପନୀ ଉତ୍ସବରେ ବଲାଙ୍ଗିରରୁ ନିମନ୍ତ୍ରିତ ଢୋଲ-ମହୁରୀ କଳାପରିଷଦର କଳାକାର ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ ବିଚିତ୍ରାକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି ପ୍ରତିଯୋଗୀତାରେ ଗୋଳାବାରୁଦ କାରଖାନା ବଡମାଲକୁ ମିଶାଇ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରତିଷ୍ଠିତ ଗୋଳାବାରୁଦ କାରଖାନାରୁ ୮ ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତା ତଥା ଉଦଯାପନୀ ଉତ୍ସବ ଆୟୋଜନରେ କାରଖାନାର କ୍ରୀଡା ଅଧିକାରୀ କପିଲ କୁମାର ଖାଲକୋ, ଭାରପ୍ରାପ୍ତ କ୍ରୀଡା ଅଧିକାରୀ ଅଭିନବ ଚନ୍ଦେଲ, କ୍ରୀଡା ସମ୍ପାଦକ ରାଜେଶ କୁମାର ଓରାମ, କାର୍ଯ୍ୟସମିତି ସମ୍ପାଦକ ବଂଶୀ ଭୋଇ, ସଦସ୍ୟ ନିମାଇଁ ଚରଣ ପ୍ରଧାନ, ଚୁଲଚନ୍ଦ୍ର ବଚ୍ଛା, ଅଶ୍ଵିନୀ କୁମାର ପାଢୀ, ନରେନ୍ଦ୍ର କୁମାର ପ୍ରଧାନ, ଜେ ସି ଏମ -୩ ସଦସ୍ୟ ମନୋଜ କୁମାର ଗୌଡ଼ ତଥା ଅନ୍ୟମାନଙ୍କ ମଧ୍ୟରେ ମହେଶ ପ୍ରସାଦ ଖଟୁଆ, ଜ୍ୟୋତିର୍ମୟ ପୂଜାରୀ, ପ୍ରକାଶ ଶର୍ମା, ଦେବାଶିଷ ସାହୁ, ଶତଦଳ ବେହେରା, ବିରେନ୍ଦ୍ର ମୁନା, ରାଜୀବ ଲୋଚନ ମିଶ୍ର, ସଂତାପ ମାଝୀ, ଉଦୟ ଗିରି, ମନୋଜ ପଟ୍ଟନାୟକ, ହିରାଲାଲ ମାଝୀ, ମୁରଲୀଧର ତାଣ୍ଡିଆ, ଲାଲଜି ନାଏକ, ବରୁଣ ନାଏକ, ଅନୁପ ସାଏ, ପ୍ରେମାନନ୍ଦ ମହାନନ୍ଦ, ପ୍ରେମରାଜ ମହାନନ୍ଦ, ଶ୍ୟାମାଳ ସୁନା ଆଦି ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ ।