‘କୋଶଳ ପ୍ରବାହ’ର ରୌପ୍ୟ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା : ଜାଣନ୍ତୁ, କେଉଁ ପ୍ରତିଯୋଗିତାରେ କେଉଁମାନେ କୃତକାର୍ଯ୍ୟ ହେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ‘କୋଶଳ ପ୍ରବାହ’ ସମ୍ବାଦପତ୍ରର ରୌପ୍ୟ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସୈନିକ ଭବନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବକ୍ତୃତା, ଚିତ୍ରାଙ୍କନ, କୁଇଜ୍‌ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ବଲାଙ୍ଗିର ସହରର ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ପ୍ରତିଯୋଗିତାରେ କୃତକାର୍ୟ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆସନ୍ତା ୯ ତାରିଖ ରବିବାର ଦିନ ପୂର୍ବାହ୍ନରେ ଆୟୋଜିତ ହେବାକୁ ଥିବା ରୌପ୍ୟ ଜୟନ୍ତୀ ସମାରୋହରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହେବେ । ବକ୍ତୃତା ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ବିଶ୍ୱାତ୍ମ ବିଦ୍ୟାମନ୍ଦିରର ଛାତ୍ରୀ ବିନ୍ଦିୟା ବେହେରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି କଦମ୍‌ପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଇଚ୍ଛାମୟ ମିଶ୍ର । ଜେଏସ୍‌ଏମ୍‌ କଲେଜ ଛାତ୍ରୀ ସୁମିତ୍ରା ଭଂଜ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବ୍ଲୁଜୁମ୍‌ କନ୍‌ସେପ୍ଟ ସ୍କୁଲର ଛାତ୍ରୀ ଆଦ୍ୟାଶା ମିଶ୍ର, ଦ୍ୱିତୀୟ ସ୍ଥାନରେ କଦମ୍‌ପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନିରାଲି ମଲ୍ଲିକ ଏବଂ ତୃତୀୟ ସ୍ଥାନରେ ଓଏଭି ପଥରଚେପାର ଛାତ୍ରୀ ମେଘନା ସେଠ୍‌ ରହିଛନ୍ତି । ଚିତ୍ରାଙ୍କନ ବରିଷ୍ଠ ବର୍ଗରେ ଓଏଭି ପଥରଚେପାର ଛାତ୍ରୀ ଶ୍ରେୟାଶ୍ରୀ ଭୋଇ ଓ ଆଦ୍ୟାଶା ପାତ୍ର କ୍ରମାନ୍ୱୟରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନୁଷ୍କା ଷାଣ୍ଢ ଓ ଗୁଂଜନ ମେହେର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବର୍ଗରେ ଏଏଚ୍‌ପିଏସ୍‌ ଛାତ୍ରୀ ବଂଶିକା କେଡ଼ିଆ ପ୍ରଥମ, ବ୍ଲୁଜୁମ୍‌ କନ୍‌ସେପ୍ଟ ସ୍କୁଲର ଛାତ୍ର ଜୟକୁମାର ଅଗ୍ରୱାଲ ଦ୍ୱିତୀୟ ଏବଂ ସୁଦପଡ଼ା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ବବି ଜାମ୍‌ଢ଼ୁଲିଆ ଓ ବ୍ଲୁଜୁମ୍‌ କନ୍‌ସେପ୍ଟ ସ୍କୁଲର ଛାତ୍ର ସ୍ୱରୂପ ରଂଜିତ୍‌ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରବନ୍ଧ ଲିଖନ ପ୍ରତିଯୋଗିତା ବରିଷ୍ଠ ବର୍ଗରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ପ୍ରତିଜ୍ଞା ତ୍ରିପାଠୀ ପ୍ରଥମ, ସେନ୍‌ଚୁରିଆନ୍‌ ପବ୍ଲିକ୍‌ ସ୍କୁଲ୍‌ର ଛାତ୍ରୀ ଶ୍ରାବଣୀ ପଧାନ ଦ୍ୱିତୀୟ ଓ ରାଜେନ୍ଦ୍ର ମହାବିଦ୍ୟାଳୟର ଛାତ୍ରୀ ମାନସୀ ବାରିକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବର୍ଗରେ ପିପି ଏକାଡେ଼ମୀର ଛାତ୍ର ହିତାଂଶୁ ଓଡ଼ିଆ ପ୍ରଥମ, ବିଶ୍ୱାତ୍ମ ବିଦ୍ୟାମନ୍ଦିରର ଛାତ୍ର ପିୟୁଷ କୁଦେଇ ଦ୍ୱିତୀୟ ଓ କଦମ୍‌ପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ସୋମନାଥ ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କୁଇଜ୍‌ ପ୍ରତିଯୋଗିତାର ବରିଷ୍ଠ ବିଭାଗରେ କଦମ୍‌ପଡ଼ା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ପ୍ରଗତି ଦାଶ ପ୍ରଥମ, ବଲାଙ୍ଗିର କଲେଜର ଛାତ୍ର ରାଜକୁମାର ମିଶ୍ର ଦ୍ୱିତୀୟ ଓ ଆପ୍ରାଇଜ୍‌ କଲେଜର ଛାତ୍ର ସ୍ୱରଂଜନ ପଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବର୍ଗରେ ସେଂଚୁରିଆନ୍‌ ପବ୍ଲିକ୍‌ ସ୍କୁଲର ଛାତ୍ର ଅଂଶୁମାନ ଦେବତା ପ୍ରଥମ, ପିଏମ୍‌ଶ୍ରୀ ପିଆର୍‌ ହାଇସ୍କୁଲ୍‌ର ଛାତ୍ର ପ୍ରିୟାଂଶୁ ସାହୁ ଦ୍ୱିତୀୟ ଏବଂ ବିଶ୍ୱାତ୍ମ ବିଦ୍ୟାମନ୍ଦିରର ଛାତ୍ର ପ୍ରିୟାଂଶୁ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତିଯୋଗିତା ପରିଚାଳନା କରିଥିଲେ ପ୍ରଶାସନିକ ଅଧିକାରୀ ଶ୍ୟାମ ପ୍ରସାଦ ଗୁରୁ, ଅବସରପ୍ରାପ୍ତ ସୈନିକ ସଂଘର ସଂପାଦକ ପ୍ରତାପ ଚନ୍ଦ୍ର ରଥ, ସାମ୍ବାଦିକ ଦେବାଶିଷ ମିଶ୍ର, ଶମ୍ଭୁନାଥ ସାହୁ, ଧନମତ ପାଣିଗ୍ରାହୀ, ଦେବେନ୍ଦ୍ର ଲେଙ୍କା, ନନ୍ଦକିଶୋର ସାହୁ, ଗିରିଧାରି ନାଏକ, ସୁମିତ ସାହୁ ଏବଂ ଅନ୍ୟମାନେ ।

Leave A Reply

Your email address will not be published.