jayashree

ସିନାପାଲିରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ସିନାପାଲି, (ନିରାକାର ମେହେର) : ଓଡ଼ିଶା ସାହିତ୍ୟ ଏକାଡ଼େମୀର ସ୍ୱନକ୍ଷତ୍ର ଦିବସ ଅବସରରେ ସିନାପାଲି ଗୋଷ୍ଠୀ ଶିକ୍ଷା ଅନ୍ତର୍ଗତ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଛି । ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଡ଼ାଲଠାରେ କନିଷ୍ଠ ଓ ନୋଡ଼ାଳ ଉଚ୍ଚ ବିଦ୍ୟାଳୟ ସିନାପାଲିଠାରେ ବରିଷ୍ଠ ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଇଓ ଚୈତନ୍ୟ ହୋତା ଓ ସମ୍ମାନିତ ଅତିଥି ଭାବରେ ଏବିଇଓ ରୂଦ୍ରେଶ୍ୱର ମେହେର ଯୋଗ ଦେଇଥିଲେ । ଉଭୟ ବିଭାଗର ପ୍ରତିଯୋଗିତାରେ ଯଥାକ୍ରମେ ପ୍ରବନ୍ଧରେ ଖଦ୍ୟୋତିକା ଗହିର ଓ ଶିଖା ମେହେର, ବକ୍ତୃତାରେ ନବିନ ନାଏକ ଓ ଗୀତା ମେହେର, କବିତା ଆବୃତ୍ତିରେ ପ୍ରବୀଣ ନାଏକ ଓ ଝରଣା କୈବର୍ତ୍ତ ଏବଂ ସାଧାରଣ ଜ୍ଞାନରେ ଭାରତୀ ପଟେଲ ଓ କୌଶଲ୍ୟା ମେହେର ପ୍ରଥମ ସ୍ଥାନ ଅଧିକାର କରି ନୂଆପଡ଼ାଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କନିଷ୍ଠ ବିଭାଗର ବିଚାରକ ଭାବରେ ବୈଷ୍ଣବ ମେହେର, ଗୌତମ ମେହେର, ଅତୁଳ ପାତ୍ର ଓ ପ୍ରେମାନନ୍ଦ ମେହେର ଏବଂ ବରିଷ୍ଠ ବିଭାଗର ବିଚାରକ ଭାବରେ ଅନିଲ କୁମାର ସା, କମଳଜୀତ ବୈକାର, ଦୈତାରୀ ମେହେର, ରଶ୍ମୀ ମେହେର, ରାଜେଂଦ୍ର ଖମାରୀ, ନୀହାର ରଂଜନ ଖମାରୀ, ମହେଶ ମେହେର, ପ୍ରଭାରୂପା ଜେନା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ସଂପାଦନାରେ ଅରୁଣ କୁମାର ଯୋଷୀ, ଜ୍ଞାନରଂଜନ ସୁନାନୀ, ପ୍ରଦୀପ୍ତ ଯୋଷୀ, ବିଭୁତି ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.