ଭଞ୍ଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଭଞ୍ଜପୁରଠାରେ ମା’ ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଅବସରରେ ୩୧ତମ ମେଳା ନଭେମ୍ବର ୩ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଅଛି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କମିଟି ତରଫରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, କୁଇଜ, ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ ଭଞ୍ଜପୁର ଦୁର୍ଗା ବିବାହ ମଣ୍ଡପରେ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ ମୋଟ ୬୮ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଶାନ୍ତନୁ ସିଂହ, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଗୀତିକାର ସୁନୀଲ ଜେନା ସହଯୋଗ କରିଥିଲେ । ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ବରିଷ୍ଠ ସଦସ୍ୟ ପ୍ରବୀର ପାଣିଗ୍ରାହୀ, ଜଗଦିଶ ପାଣି, ଆଲୋକ ବାରିକ, ଆନିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୁରୋଜ ବେହେରା ଓ ସୋନୁ ରଣା ସହଯୋଗ କରିଥିଲେ । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ କମିଟି ତରଫରୁ ଅତିଥିଙ୍କ ହାତରେ ସାଂସ୍କୃତିକ ମଞ୍ଚରେ ନଭେମ୍ବର ୩ ରୁ ୧୪ ମଧ୍ୟରେ ପୁରସ୍କୃତ କରାଯିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି ।

Leave A Reply

Your email address will not be published.