ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତାରେ ପ୍ରିୟଙ୍କାଙ୍କ କୃତିତ୍ୱ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ତା. ୧୫- ୧୦-୨୦୨୫ରୁ ତା. ୧୭-୧୦-୨୦୨୫ ତିନିଦିନ ଧରି ସଇଁତଲା ବ୍ଲକ ଦୟାନନ୍ଦ ଉଚ୍ଚ ବିଦ୍ୟାଳୟ ବେଲଗାଁ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତୀଯୋଗିତାରେ ଆଗଲପୁର ବ୍ଲକ ଶିକ୍ଷା ଅଧିନସ୍ଥ ଉଷାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ବକଟିର ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରିୟଙ୍କା ଦ୍ଵାରୀ ୧୪ ବର୍ଷରୁ କମ୍ ବାଳିକା ବର୍ଗ ଲମ୍ବଡିଆଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ବିଦ୍ୟାଳୟର ପି.ଇ.ଆଇ. ତଥା କୋଚ୍ ଋଷଭ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଭ୍ୟାସ କରି ନିଜ ବିଦ୍ୟାଳୟ ତଥା ବ୍ଲକ ପାଇଁ ଗୌରବ ଆଣି ଦେଇଥିବାରୁ ବିଦ୍ୟାଳୟର ପ୍ରଧନ ଶିକ୍ଷକ ଚିନ୍ମୟ ପୁରୋହିତ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ କୋଚ୍ ଋଷଭ ପଧାନ ଓ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କା ଆଗକୁ ଆହୁରି ଉତ୍ତମ ପ୍ରଦର୍ଶନ କରିବେ ବୋଲି କୋଚ୍ ଋଷଭ ପଧାନ ଆଶାବ୍ୟକ୍ତ କରିଛନ୍ତି । ପ୍ରକାଶ ଥାଉ କି, ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ମିଲନ ପାଣ୍ଡେ ୧୪ ବର୍ଷରୁ କମ୍ ବାଳକ ବର୍ଗ ଲମ୍ବଡିଆଁରେ ବ୍ରୋଞ୍ଜ୍ ପଦକ ହାସଲ କରିଥିବା ବେଳେ ପ୍ରିୟଙ୍କା ଦ୍ୱାରୀ ଲମ୍ବଡିଆଁରେ ସ୍ୱର୍ଣ୍ଣ ପଦକ ଏବଂ ୧୦୦ମି ଦୌଡ଼ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିବାର କୃତିତ୍ଵ ହାସଲ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ବକଟି ଗ୍ରାମ ତଥା ଅଞ୍ଚଳରେ ଖୁସିର ଲହରି ଖେଳିବା ସହ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.