ବନ ବିଭାଗ ସାର୍କିଲ ଭବାନୀପାଟଣା ଠାରେ ଆୟୋଜିତ ଦୌଡ ପ୍ରତିଯୋଗିତାରେ ଆଠଗାଁ ବନପାଳ କୈଳାଶ ଚନ୍ଦ୍ର ସାହୁ ଦ୍ୱିତୀୟ ସ୍ଥାନ ହାସଲ କଲେ
ଭବାନୀପାଟଣା : ଭବାନୀପାଟଣା ବନ ବିଭାଗ ସାର୍କିଲ ଦ୍ଵାରା ଆୟୋଜିତ ବନ କର୍ମଚାରୀମାନଙ୍କୁ ନେଇ ୧୫ ଗୋଟି ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୋରାପୁଟ ଓ ଭବାନୀପାଟଣା ସାର୍କିଲର ସମୁଦାୟ ୩୭୬ ଜଣ ବନ ବିଭାଗର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଦୌଡ ପ୍ରତିଯୋଗିତାରେ ୧୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ବଲାଙ୍ଗିର ଆଠଗାଁ ଖଣ୍ଡର ସଦର ବନ ବିଭାଗ ରେଞ୍ଜର ବନପାଳ କୈଳାଶ ଚନ୍ଦ୍ର ସାହୁ ୨ୟ ସ୍ଥାନ ହାସଲ କରିଥିଲେ । ଆର୍ସିସିଏଫ୍ ଦ୍ଵାରା ସମ୍ମାନିତ ହେବା ସହିତ ପୁରସ୍କୃତ ହୋଇଥିଲେ ।