କ୍ଷେତ୍ରୀୟ ସ୍ତରୀୟ -୨ ଦୌଡ଼କୁଦ ଚୟନ ପ୍ରତିଯୋଗିତା ୨୦୨୫

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକର ଦମୟନ୍ତୀ ଉଚ୍ଚ ବିଦ୍ୟାଳୟ ଠାରେ କ୍ଷେତ୍ରୀୟ ସ୍ତରୀୟ ୨ର (୧୪ ବର୍ଷ ଓ ୧୭ ବର୍ଷରୁ କମ) ଖେଳ ବାଳକବାଳିକା ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ବାରିକଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା । ଏହି ଅବସରରେ ଜୋନ ନମ୍ୱର୍ ୨ର ସଭାପତି ଦିଲୀପ କୁମାର ବାରିକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କହିଥିଲେ ଓ ସମ୍ପାଦକ ପ୍ରଶାନ୍ତ ମିଶ୍ର ଖେଳ ଶିକ୍ଷକ ବିବରଣୀ ପଠନ କରିଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ମଙ୍ଗରାଜ ଲୋକପଡା ଉଚ୍ଚ ବିଦ୍ୟାଳୟ, ଅଧ୍ୟକ୍ଷା ଜୟଲକ୍ଷ୍ମୀ ବେଦବାକ ଦମୟନ୍ତୀ ମାଧ୍ୟମିକ ବିଦ୍ୟାଳୟ, ତ୍ରିନାଥ ପଧାନ ଯୋଗଦାନ କରିଥିଲେ । ଏହି ଖେଳରେ ପାଖପାଖି ୨୫ଟି ବିଦ୍ୟାଳୟରୁ ୧୦୦ ଜଣ ଖେଳାଳି ଓ ୮ ଜଣ କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଏଥିରେ ସ୍କୁଲର ଯୁଧିଷ୍ଠିର ସାହୁ, ନଟବର ମହାକୁର, ଡାକ୍ତର ବିଶ୍ୱାଳ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବରିଷ୍ଠ ଶାରୀରିକ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ରାଉତ୍, ସୁରେଶ କର୍ଣ୍ଣ, ମାମତମୟୀ ମିଶ୍ର, ପ୍ରକାଶ ସେଠ୍, ବବିତା ନାୟକ, ଅଶୋକ ଭଞ୍ଜ, ସଚ୍ଚିଦାନନ୍ଦ ସାହୁ, ଟୁନା ପାତ୍ର ହରେକୃଷ୍ଣ ନାଏକ, ଖେଳ ପରିଚାଳନା କରିଥିଲେ । ବିଜ୍ଞାନ ଶିକ୍ଷକ ନାରାୟଣ ମିଶ୍ର ସଭା ପରିଚାଳନା କରିଥିବା ବେଳେ ହିନ୍ଦୀ ଶିକ୍ଷକ ରାଜକିଶୋର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.