ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ପୋର୍ଟା ମିନତୀ ଟେଟେଙ୍କ ସଭାପତିତ୍ୱରେ ମାଣ୍ଡୋସିଲ ସବ୍ଜୋନ୍ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ଦଣ୍ଡସେନା ଯୋଗଦେଇ ଖେଳ ଉଦ୍ଘାଟନ କରିଥିଲେ । ବ୍ଲକ କ୍ରୀଡ଼ା ସମ୍ପାଦକ ସୁଦର୍ଶନ ମହାକୁଡ଼ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ପ୍ରତିଯୋଗିତାରେ ମାଣ୍ଡୋସିଲ, ଚେରେଙ୍ଗାଝାଞ୍ଜ, ମାଲପଡା ଓ ଡୁଡୁକିଝରିଆ କ୍ଲଷ୍ଟରରୁ ଉଭୟ ବାଳକ ଓ ବାଳିକା ୨୬୪ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଖେଳ ଶିକ୍ଷକ ହେମସାଗର ସାହୁ, ବୈବସୁତ ପ୍ରଧାନ, ପଦ୍ମଲୋଚନ ମାଝୀ, ସ୍ୱତନ୍ତ୍ର ସାହୁ, ଶ୍ରବଣ କୁମାର ମେହେର, ଭେରିନାଥ ବାଗ, ରୁଦ୍ର ବୈଠାରୁ, ଅଜିତ ପ୍ରଧାନ, ଚମ୍ପେଶ୍ୱର ହଂସ ଖେଳ ପରିଚାଳନା କରିଥିଲେ । ଆସନ୍ତା ସେପ୍ଟେମ୍ୱର ୧୮ ତାରିଖରେ ବ୍ଲକ ସ୍ତରକୁ ଯାଇ କୃତି ଛାତ୍ରଛାତ୍ରୀମାନେ ଭାଗ ନେବେ ବୋଲି ଜଣାପଡିଛି । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ନୀଳମଣି ବରିହା, ଶଙ୍କରଲାଲ ମହାନନ୍ଦ, ବିକ୍ରମ ସିଂ, ନରହରି ସିଂ, କଲ୍ୟାଣୀ ଦନ୍ତା, ସଙ୍ଘମିତ୍ରା ବେହେରା, କୃଷ୍ଣ ବାଗ, ଅର୍ଜୁନ ଜେନା, ସଦାନନ୍ଦ ଭୋଇ, ସବିତା ସାହୁ, ନୀଳମଣି ପୁଟା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Prev Post