ସୁବର୍ଣ୍ଣପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ କ୍ଲଷ୍ଟର ଅନ୍ତର୍ଗତ ଅଇଁସ୍ଲାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଷଷ୍ଠ, ସପ୍ତମ ଶ୍ରେଣୀକୁ ନେଇ କନିଷ୍ଠ ବର୍ଗ ପାଇଁ ‘ପିତାମାତା ମୋର ପ୍ରେମମୟ ଭଗବାନ’ ବିଷୟକୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ ୧୧ ଜଣ ଓ ଅଷ୍ଟମ ଶ୍ରେଣୀକୁ ନେଇ ବରିଷ୍ଠ ବର୍ଗ ପାଇଁ ‘ଆଧ୍ୟାତ୍ମିକତା ଏକ ଜୀବନ ଶୈଳୀ’ ବିଷୟରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ ୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ତମାମୁରା ସିଆର୍ସିସି ଶୁଭଲାଲ ସାହୁ, ବିଦ୍ୟାଳୟ ପରିଚାଳନା ସମିତି ଚେୟାରପର୍ସନ ତହସିଲ ଗଡତିଆ, ଅଇଁଲାସାରୀ ସେବା ସମିତିର ସୂଚନା ସଂଯୋଜକ ପ୍ରଦୀପ ସାହୁ, ସମିତି ଆଧ୍ୟାତ୍ମିକ ସଂଯୋଜକ ପ୍ରସନ୍ନ ଗଡତିଆ, ସମିତି ଆବାହକ ଗୋବିନ୍ଦ ପୁରୋହିତ, ସିଆର୍ପି ସସ୍ମିତା ପୁରୋହିତ ଓ ଧ୍ୟାନବୃକ୍ଷ ସଂଯୋଜକ ସୁରେଶ ନାଏକ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ଥିଲେ । ସ୍ଥାନୀୟ ଶିକ୍ଷକ ପଞ୍ଚାନନ ପଧାନ, ଧ୍ରୁବଚରଣ ପଣ୍ଡା, ଦୁର୍ଯ୍ୟୋଧନ ବାରିକ, ଦେବାନନ୍ଦ ନାଏକ, ଶିକ୍ଷୟିତ୍ରୀ ବନିତା ବେହେରା ସହଯୋଗ କରିଥିଲେ । ପ୍ରଧାନ ଶିକ୍ଷକ ଜୟପ୍ରକାଶ ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।