ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ଇନଡୋର ଷ୍ଟାଡିୟମ ନୂଆପଡ଼ା ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ଅବସରରେ ସମବାୟ ବିଭାଗ, ଓଡ଼ିଶା ସରକାର, ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପ୍ରତିଯୋଗିତାକୁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ ଏବଂ ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉଦ୍ଘାଟନ କରିଥିଲ । ଡ଼ବଲ୍ସ୍ରେ ୧୬ଟି ପ୍ରଶାସନିକ ଅଧିକାରୀ ଦଳ ଭାଗନେଇ ଫାଇନାଲରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକ ଏବଂ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଧିକାରୀ ତଥା ସହଯୋଗୀ ଖେଳାଳି ନୂଆପଡ଼ାଙ୍କ ଦଳ ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଧିକାରୀ ସୌମ୍ୟକିଶୋର ଜୟପୁରିଆ ଓ ଆଲୋକ କୁମାର ପାତ୍ର ବିଜେତା ହୋଇଥିଲେ ଏବଂ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସ ଓ ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉପବିଜେତା ହୋଇଥିଲେ । ମିକ୍ସଡ ଡବଲ୍ସ୍ରେ ୬ଟି ଜିଲ୍ଲାସ୍ତରୀୟ ପ୍ରଶାସନିକ ଦଳ ଭାଗ ନେଇଥିଲେ । ଫାଇନାଲରେ ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ସିନାପାଲି କର୍ମୀ ଓରାମ ବିଜେତା ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ଓ ଅତିରିକ୍ତ କୋଷାଗାର ଅଧିକାରୀ ମଧୁସ୍ମିତା ପରିଜା ଉପ- ବିଜେତା ହୋଇଥିାଲ । କୃତିପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ, ଆରକ୍ଷୀ ଅଧିକ୍ଷକ ନୂଆପଡ଼ା, ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ- ଜିଲ୍ଲାପାଳ ନୂଆପଡ଼ା ସୁରମି ସୋରେନ ପ୍ରମୁଖ ପୁରସ୍କୃତ କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଡିଆର୍ସିଏସ୍ ନୂଆପଡ଼ା ଶିବପ୍ରସାଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା ଅଧିକାରୀମାନଙ୍କ ମନରେ ଅଫୁରନ୍ତ ଉତ୍ସାହ ଓ ପ୍ରେରଣା ଭରି ଦେଇଥିଲା ।
