ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ଖେଳପଡ଼ିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା ଫୁଟବଲ ପ୍ରତିଯୋଗିତାର ପ୍ରଥମ ସେମିଫାଇନାଲ ଖେଳ ହଳଦୀ ଫୁଟବଲ୍ ଦଳ ଓ ସିହିନି ଫୁଟବଲ୍ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିହିନି ଫୁଟବଲ୍ ଦଳକୁ ୨-୦ ଗୋଲ ଦେଇ ହଳଦୀ ଫୁଟବଲ୍ ଦଳ ବିଜୟ ଲାଭକରି ଫାଇନାଲ ପାଇଁ ସ୍ଥାନ ଅଧିକାର କରିଥିଲା । ଜୟ ଡଙ୍ଗରବୁଢ଼ା ଫୁଟବଲ କପର ପ୍ରଥମ ସେମି ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଗାଁରେଇ ମଣ୍ଡଳ ବିଜେପି ସଭାପତି ପ୍ରଦୀପ ବଛା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କୋଶଲି ଏଜୁକେଟର ରିପୋର୍ଟର ତଥା ମୁରିବାହାଲ ଜର୍ଣ୍ଣାଲିଷ୍ଟ ଆସୋସିଏସନ କୋଷାଧ୍ୟକ୍ଷ ନବିନ କୁମାର ତାଣ୍ଡି, ସମାଜସେବୀ ଜରବନ ବଗର୍ତ୍ତି, ବିଟାବନ୍ଧ କ୍ଳଷ୍ଟର ସିଆରସିସି ଲକ୍ଷପତି ହରପାଲ, ବରିଷ୍ଠ ଶିକ୍ଷକ ଗୋପବନ୍ଧୁ ଦାସ, ଶିକ୍ଷକ ପିତାମ୍ବର ନାଗ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଆଜିକାର ଖେଳ ବହୁତ ସୁନ୍ଦର ଭାବରେ ହଳଦୀ ଫୁଟବଲ୍ ଦଳ ଓ ସିହିନି ଫୁଟବଲ୍ ଦଳ ମଧ୍ୟରେ ହୋଇଥିବା ବେଳେ ଶେଷ ପର୍ଯ୍ୟନ୍ତ ରୋମାଞ୍ଚକ ମଧ୍ୟ ହୋଇଥିଲା । ଆଜିକାର ଖେଳକୁ ରେଫରି ଆଶୀର୍ବାଦ ସା ଓ ସହଯୋଗୀ ରେଫରି ଭାବେ ପ୍ରତାପ ଭୁକ୍ତା ଓ ଆଶିଷ ଦେବା ସା ପରିଚଳନା କରିଥିଲେ । ଆୟୋଜକ ଅନୁଷ୍ଠାନର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।