ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ୍ ପକ୍ଷରୁ ବୁଧବାର ଦିନ ସକାଳୁ ଉଭୟ ପୁରୁଷ ଓ ମହିଳା ବର୍ଗରେ ମାରାଥନ ଦୌଡ ସଭାପତି ରାଧାକାନ୍ତ ପାଢ଼ୀ ଏବଂ ସମ୍ପାଦକ ଶୁଭ୍ରାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମହିଳା ମାନେ ସ୍ଥାନୀୟ ପିପଲପଦର ମାତୃ ଶିଶୁ ହସ୍ପିଟାଲ ଠାରୁ ଓ ପୁରୁଷମାନେ ବାଞ୍ଜିଝାଲ ଠାରୁ ଦଉଡ଼ି ଥିଲେ । ପତାକା ଦେଖାଇ ଉଦ୍ଘାଟନ କରିଥିଲେ ପୌରାଧ୍ୟକ୍ଷା ମମତା ଦେବୀ ଜୈନ । ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଧରଣୀ ପାଣ୍ଡେ (ବାଙ୍କେଲ), ଦ୍ୱିତୀୟ ସ୍ଥାନ ପ୍ରଶାନ୍ତ ନାଏକ (ମୁରିବାହାଲ), ତୃତୀୟ ସ୍ଥାନ ସିଦ୍ଧେଶ୍ୱର ମାଝୀ (ଖୋଲାନ୍) ହୋଇଥିବା ବେଳେ ମହିଳା ବର୍ଗରେ ସମସ୍ତେ ସିହିନୀ ଗ୍ରାମର ପ୍ରଥମ ଆରତି ମାଝୀ, ଦ୍ୱିତୀୟ ସ୍ଥାନ ରାକ୍ଷୀ ମାଝୀ, ତୃତୀୟ ସ୍ଥାନ ପାୟଲ ଛତର ହୋଇଛନ୍ତି । ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ମାନପତ୍ର ପ୍ରଦାନ କରିଥିଲେ । କୃତି ପ୍ରତିଯୋଗୀଙ୍କୁ ସାଧାରଣତନ୍ତ୍ର ଦିବସରେ ହାଇସ୍କୁଲ ଖେଳ ପଡ଼ିଆରେ ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି । ତିନି ମହିଳା କୃତି ପ୍ରତିଯୋଗୀଙ୍କୁ ପ୍ରଦୀପ ସାହୁ ଏକ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାକୁ ପରିଚାଳନା କରିବାରେ ଆସୋସିଏସନର ଧୁବଲେ ଦଳବେହେରା, ବୈରାଗୀ ବିଶି, ଜନାର୍ଦ୍ଦନ ହୋତା, ସନ୍ତୋଷ ପ୍ରଧାନ, ଶରତ ମିଶ୍ର, ଚକ୍ର ପଟ୍ଟନାୟକ, ଦୀପକ ସମାଦ୍ଦାର୍, ଈଶ୍ୱର ଜୈନ, ମାମରାଜ ଜୈନ, ହେମନ୍ତ ବେହେରା, ଘିନୁ ଆଡଯୁଆଡ, ରମାନାଥ ଖମାରୀ, ଆନନ୍ଦ ପାଣ୍ଡେ ଅନ୍ୟ ମାନଙ୍କ ମଧ୍ୟରେ ସମାଜ କଲ୍ୟାଣ ପରିଷଦର ପ୍ରମୋଦ ସରାଫ, ପ୍ରକାଶ ସରାଫ, ଧରିତ୍ରୀ ମହାନ୍ତି, ପ୍ରକାଶ ଗୋୟଲ, ଲିଙ୍ଗରାଜ ସାହୁ, ପ୍ରଦୀପ ସାହୁ, ଖ୍ୱାଜ ମହମ୍ମଦ, ଦେବବ୍ରତ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ । ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମ୍ବୁଲାନ୍ସ ସେବା ଯୋଗାଇଥିଲେ ଅଶୋକ ଦୋରା, ନରେନ୍ଦ୍ର ପଣ୍ଡା, ସର୍ବେଶର ମହାନନ୍ଦ । ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ପୋଲିସ ବିଭାଗ ପକ୍ଷରୁ ଥାନାଧିକାରୀ ବିଶ୍ୱଜିତ ମନବୋଧ, ଏସ୍ଆଇ ହୀରା ଖାଲକୋ, ପି. କେ. ଦୁରିଆ, ଏଏସ.ଆଇ କପୁର ଚାନ୍ଦ ପ୍ରଧାନ, ପ୍ଲାଟୁନ କମାଣ୍ଡର ଗୁଲାମ ସାହୁ, ବେଣୁଧର ସାହୁ, ବିଦ୍ୟାଧର ସାହୁ, ଝସକେତନ ସାହୁ, ଆହଲାଦ ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।