oom

ଝଲପ ଗାଁରେ ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା ଉଦ୍‌ଯାପିତ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝଲପ ଗ୍ରାମରେ ନେହେରୁ ଯୁବକେନ୍ଦ୍ର, ବଲାଙ୍ଗିର ତତ୍ୱାବଧାନରେ ଏବଂ ନେତାଜୀ ଯୁବକ ସଂଘ ଝଲପ ଆନୁକୂଲ୍ୟରେ ରାଜୀବ ଖେଳ ପଡିଆ ଝଲପ ଠାରେ ବ୍ଲକସ୍ତରୀୟ ଖେଳ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ମହିଳା ବର୍ଗରେ ଫୁଟବଲ, ସ୍ଲୋ-ସାଇକେଲ, କବାଡି, ବ୍ୟାଡ଼ମିଣ୍ଟନ ଓ ପୁରୁଷ ବର୍ଗରେ ଫୁଟବଲ,୧୦୦-ମିଟର ରନ୍‌, ଭଲିବଲ ଆଦି ଖେଳ ପ୍ରତିଯୋଗିତା କରାଯାଇଥିଲା । ଏଠାରେ ଅନେକ ଖେଳାଳି ଭାଗ ନେଇ ପୁରସ୍କୃତ ହୋଇଥିଲେ । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଝଲପ ସରପଞ୍ଚ ଗୀତାଫୁଲ ପୁଟେଲ, ସମ୍ମାନିତ ଅତିଥି ଭାବେ ଜାମଖୁଣ୍ଟା ସମିତି ସଭ୍ୟ ଦ୍ରୋଣସେନ ବେହେରା, ଯୁବ ଆଇନଜୀବୀ ଦିନେଶ ତାଣ୍ଡି, ଝଲପ ସମିତି ସଭ୍ୟ ସୁଦାମ ଚରଣ ଭୋଇ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଯୋଗେଶ କୁମାର ସାହୁ, ସମ୍ପାଦକ ଦିନେଶ ପୁଟେଲ, ଉପ ସଭାପତି ପ୍ରମାନନ୍ଦ ପୁଟେଲ, ସହ ସମ୍ପାଦକ ହିତେଶ ପୁଟେଲ, ଖେଳ ସଭାପତି ଅନ୍ତର ଭୋଇ, କୁଳମଣି ପୁଟେଲ, ମିଥୁନ ପୁଟେଲ, ସିଦ୍ଧାନ୍ତ ପୁଟେଲ, ନରସିଂହ ରଣା, ତପନ ବାରିକ, ଏବଂ ନେତାଜୀ ଯୁବକ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.