oom

ଡାଲିଜାତୀୟ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗିତା

jsmm

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ବୁଦୁଲା ପଂଚାୟତର ରେଙ୍ଗାଲି ଗ୍ରାମରେ କୃଷି ଓ କୃଷକ ସଶକ୍ତ କରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ ତଥା ତ୍ରିରଙ୍ଗା ଯୁବକ ସଂଘ ଦ୍ୱାରା ଡାଲି ଜାତୀୟ ଖାଦ୍ୟ ପଦାର୍ଥକୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ୫ ଗୋଟି ସ୍ୱୟଂ ସହାୟକ ଦଳ ଅଂଶଗ୍ରହଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିଦର୍ଶିକା ପ୍ରତିମା ରାଉତ ରାୟ ଯୋଗ ଦେଇଥିବା ବେଳେ ତ୍ରିରଙ୍ଗା ଯୁବକ ସଂଘ ସମ୍ପାଦକ କୈଳାଶ ଚନ୍ଦ୍ର ସାହୁ, ସମିତି ସଭ୍ୟା ସୁଜାତା ସାହୁ, ଓଏଫ୍‌ପିଓ ଏମ୍‌ଡ଼ି କଲାକାହ୍ନୁ ମେହେର, କୃଷକ ସାଥି ସୁବାସ ପଧାନ, ମନୋଜ ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ଡାଲି ଜାତୀୟ ଖାଦ୍ୟ ପଦାର୍ଥକୁ ପରୀକ୍ଷଣ ପୂର୍ବକ ଅତିଥି ମାନଙ୍କ ଦ୍ଵାରା ମାନ ନିର୍ଦ୍ଧାରଣ କରାଯାଇଥିଲା । ଏଥି ସହିତ ଖାଦ୍ୟର ସ୍ୱଚ୍ଛତା, ସ୍ୱାଦ ଓ ପୃଷ୍ଟିକର ଉପରେ ଅନୁଧ୍ୟାନ ପୂର୍ବକ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା । ଏହାକୁ ସଂଯୋଜକ ଆଶିଷ କୁମାର ପଧାନ ପରିଚାଳନା କରିଥିବା ବେଳେ ବିବେକାନନ୍ଦ ସ୍ୱାଇଁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.