ବଲାଙ୍ଗିର ଦିନ୍‌ ପାଇଁ ବିଭିନ୍ନ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ବଲାଙ୍ଗିର କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ନାରୀଶକ୍ତି ପାଉଣ୍ଡେସନ ତରଫରୁ ଆମର୍‌ ପିଠାମଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବଚାରକ ଭାବେ ପ୍ରଶାନ୍ତ ବାରିକ, ଅଭିଦାନ ପତି, ସୋନମ ଅଗ୍ରୱାଲ, ପଦ୍ମିନୀ ମହାପାତ୍ର, ଶୋଭନା ଗିରି ବିଚାର ରଖିଥିବା ବେଳେ ଅତିଥି ଭାବରେ ପୋରାଧ୍ୟକ୍ଷା ଲିକା ସାହୁ, ସରିତା ବାଗ, ବଲାଙ୍ଗିର ଦିନ୍‌ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ବିଧୂଭୂଷଣ ତ୍ରିପାଠୀ, ପ୍ରତାପ ରଥ, ଲୋଟସ ଷଡଙ୍ଗୀ, ସନ୍ଦୀପ କୁଅଁର, ବିନୋଦ କାଲସାଏ, ସୋମନାଥ ମିଶ୍ର, ସୋମେଶ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ନାରୀଶକ୍ତି ପାଉଣ୍ଡେସନର ସଦସ୍ୟାବୃନ୍ଦ । ସନ୍ଧ୍ୟା ସମୟରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ଠାରେ ବଲାଙ୍ଗିର ଦିନ୍‌ ଆୟୋଜକ କମିଟିର ସାଂସ୍କୃତିକ କମିଟି ନୃତ୍ୟ ପ୍ରତିଯୋଗିତା ଆୟୋଜନ କରିଥିଲେ । ଏଥିରେ ରେଶମା ରାଣୀ ଦାଶ, ଚନ୍ଦନା ସିଂ, ସ୍ୱରୁପା ସିଂ, ପଙ୍କଜିନୀ ପୋଡ ବିଚାର ରଖିଥିଲେ । ଅତିଥି ଭାବରେ ବଲାଙ୍ଗିର ଦିନ୍‌ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ଡ. ଶ୍ରୀକର ମିଶ୍ର, ଲୋଟସ ଷଡଙ୍ଗୀ, ବିଧୁଭୂଷଣ ତ୍ରିପାଠୀ, ଦିନେଶ ଶର୍ମା, ପ୍ରତାପ ରଥ, ବିନୋଦ କାଲସାଏ, ସୋମନାଥ ମିଶ୍ର, ବିକାଶ ସା, ରାମ ଦାସ, ସୋମେଶ ଡାଙ୍ଗ, ଆକାଶ ମାହାଣା, ଅଷ୍ଟମୀ ନାଗ, ବିଦ୍ୟା ବିଶି, ଅଳ୍ପନା, ମିଲି ବାରିକ, ପୂଜା ସାହୁ, ଜ୍ୟୋର୍ତିମୟୀ ସାହୁ, ମୋସୁମୀ ବନାର୍ଜୀ, ରାସେଶ୍ୱରୀ ଚଣ୍ଡି, ରୋଜି ହୋତା, ନରେନ୍ଦ୍ର ମିଶ୍ର, ଟୁନା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.