ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସହରରେ ଥିବା ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଗାନ୍ଧୀ ସମ୍ପର୍କୀତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆଞ୍ଚଳିକ ମୁଖ୍ୟ ଭଗବତୀ ଜେନାଙ୍କ ଆବାହକତ୍ଵରେ ଆୟୋଜିତ ଏହି ପ୍ରତିଯୋଗିତା ଗୁଡିକ ଜଗଦା ସ୍ଥିତ ବିର୍ସାମୁଣ୍ଡା ବିଦ୍ୟାପୀଠ, ଝିରପାଣି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସୃଷ୍ଟି ମଡେଲ ସ୍କୁଲ ଠାରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଚାରକ ତଥା ଅତିଥି ଭାବେ ଡ. ଅଜିତ ବେହେରା, ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ପ୍ରାକ୍ତନ ସିଜିଏମ୍ ପ୍ରମୋଦ କୁମାର କର, ବିର୍ସାମୁଣ୍ଡା ବିଦ୍ୟାପୀଠର ସମ୍ପାଦକ ବିପଦ ଭଞ୍ଜନ ପଣ୍ଡା, କବୟିତ୍ରୀ ସସ୍ମିତା ପ୍ରଧାନ, ଜଗବନ୍ଧୁ ଦାସ, ପିତାମ୍ବର ଲେଙ୍କା, ଲକ୍ଷ୍ମୀଧର ନାୟକ ଓ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ବିର୍ସାମୁଣ୍ଡା ବିଦ୍ୟାପୀଠରେ ୨୩ ଜଣ ଛାତ୍ରଛାତ୍ରୀ, ଝିରପାଣି ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୯ ଜଣ, ସୃଷ୍ଟି ମଡେଲ ସ୍କୁଲରେ ୩୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଉର୍ସେଲା ତିର୍କୀ, ସୁରେଖା ପଟେଲ, ସୁଜାତା ନାୟକ, ବିଶ୍ୱଭାରତୀ ସାହୁ, ଉମେଶ କିଶାନ, ଗୈାରୀ ତନ୍ତୀ, ଜ୍ୟୋସ୍ନା ନନ୍ଦ, ମୀରା କର, ଜ୍ଜ୍ୟୋତିମାନି ଲାକ୍ରା, ସୌଦାମିନୀ ତନ୍ତୀ, ପ୍ରଜ୍ଞାଶ୍ରୀ ବାରିକ, ସବିତା ପୁରୋହିତ, ଅମିତ ସିଂ, ହରପ୍ରିୟା ଦାସ, କେତକୀ ଠାକୁର, ସସ୍ମିତା ତ୍ରିପାଠୀ, ବିଳାସିନୀ ମିଶ୍ର, ସବିତା ପାଣିଗ୍ରାହୀ, ବର୍ଷାରାଣୀ ବୀର, ବୃନ୍ଦାବତୀ ଦୀପ, ଶୁଭଦ୍ରା ଶ୍ରଦ୍ଧାଞ୍ଜଳି ସେଠୀ, ମେଘା ନାଗ, ଆୟୁଷ କୁମାର ସେଠୀ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ଆବାହକ ଭଗବତୀ ଜେନା ଏହି ପ୍ରତିଯୋଗିତାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସୂଚନାଯୋଗ୍ୟ ଯେ, ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଗାନ୍ଧୀ ଜୟନ୍ତୀ ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି ।