ଟିଟିଲାଗଡ଼ ଓମ୍‌ ଭ୍ୟାଲି ସ୍କୁଲରେ ଖୋ-ଖୋ କ୍ଲଷ୍ଟର ଦ୍ୱିତୀୟ ସ୍ତରୀୟ ପ୍ରତିଯୋଗିତା ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗର ଖେଳାଳୀ ମାନଙ୍କୁ ନେଇ ଦ୍ୱିତୀୟ କ୍ଲଷ୍ଟର ସ୍ତରୀୟ ପ୍ରତିଯୋଗିତା ଟିଟିଲାଗଡ଼ ଓମ୍‌ ଭ୍ୟାଲି ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶରୀରର ପୃଷ୍ଟି ସାଧନ ନିମନ୍ତେ କ୍ରୀଡ଼ାର ଆବଶ୍ୟକତା ରହିଛି । କ୍ରୀଡ଼ା କସରତ ଦ୍ୱାରା ମନ ପ୍ରଫୁଲ୍ଲ ରହେ ଓ କାର୍ଯ୍ୟ କରିବାର ଆଗ୍ରହ ବଢ଼େ । ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଶକ୍ତିକୁ ବଢ଼ାଇବା ପାଇଁ ଏହା ନିତାନ୍ତ ଆବଶ୍ୟକ ବିଭିନ୍ନ ପ୍ରକାର ଖେଳ ରହିଛି ସେଥି ମଧ୍ୟରୁ ଖୋ-ଖୋ ଖେଳ ଅନ୍ୟତମ । ଏହା ଏକ ଲୋକପ୍ରିୟ ଖେଳ ଭାବରେ ପରିଚିତ ହୋଇଥିବା ବେଳେ ଏହା ଦକ୍ଷିଣ ଏସୀୟ ଖେଳ ଅଟେ । ଖେଳ ଅଧିକାରୀ ଭାରତ, ଏସ୍‌ଏଆଇ, ଏସ୍‌ଜିଏଫ୍‌ଆ ଇ, ଖେଲୋ ଇଣ୍ଡିଆ ଖେଲୋ ଦ୍ୱାରା ସ୍ଵୀକୃତି ପ୍ରାପ୍ତ ଅଟେ । ସେପ୍ଟମ୍‌ମ୍ବର ୨୫ ଠାରୁ ୨୮ ପର୍ଯ୍ୟନ୍ତ ସିବିଏସ୍‌ଇ ବୋର୍ଡ଼ଙ୍କ ନିର୍ଦ୍ଦେଶରେ ଆନ୍ତଃ ରାଜ୍ୟସ୍ତରୀୟ ଖୋ-ଖୋ କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଓମ୍ ଭେଲି ଶିକ୍ଷାନୁଷ୍ଠାନ ପରିଚାଳନା କରୁଛି । ଏହି ଖେଳରେ ଓଡ଼ିଶା ସମେତ ଛତିଶଗଡ଼, ପଶ୍ଚିମବଙ୍ଗ ରାଜ୍ୟର ୫୦ଟି ଦଳର ପ୍ରାୟ ୧୦୪୬ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏହି ଖେଳରେ ୧୪ ବର୍ଷରୁ କମ୍, ୧୭ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ବୟସର ଉଭୟ ଛାତ୍ର ଓ ଛାତ୍ରୀ ମାନେ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତାକୁ ନିରୀକ୍ଷଣ କରିବା ପାଇଁ ସିବିଏସ୍‌ଇ ତରୁଫରୁ ଜଣେ ଖେଳ ନିରୀକ୍ଷକଙ୍କ ସହ ୧୬ ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ଲାୟନ ଦୀପକ କୁମାର ସାହୁ, ବିଦ୍ୟାଳୟର ଉପସଭାପତି ଶ୍ରୀମତୀ ସଙ୍ଗୀତା ସାହୁ, ନିର୍ଦ୍ଦେଶକ ଆୟୁଷ ସାହୁ, ଶଶାଙ୍କ ସାହୁ, ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ବିଭାରାଜ ଗୁପ୍ତା, ମୁଖ୍ୟ ଉପଦେଷ୍ଟା ଡ. ରବୀନ୍ ଚନ୍ଦ୍ର ପରମାଣିକ, ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର ଏହି ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ । ଏହି ପ୍ରତିଯୋଗିତାକୁ ପରିଚାଳନା କରିବାରେ ସହ ସଂଯୋଜିକା ନିଶି ବେରି, ଏଚ୍‌ଆର୍‌ ଶାଶ୍ୱତିକା ଯୋଷୀ, ବିଦ୍ୟାଳୟର ଖେଳ ଶିକ୍ଷକ ଓ ବ୍ୟବସ୍ଥା ପ୍ରମୁଖ ଦାନିଏଲ ବାରିକ ଏବଂ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.