ଲେଡି ଲାୟନ ତରଫରୁ ସାୱନ କ୍ୟୁନ୍ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ଅନୁଷ୍ଠାନ ଲେଡ଼ି ଲାୟନ ତରଫରୁ ସାୱନ କ୍ୟୁନ୍ ପ୍ରତିଯୋଗିତା ସେକ୍ଟର ୬ ସ୍ଥିତ ସରୋବର ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମହନ୍ତଙ୍କ ସଭାପତିତ୍ୱ ଓ ପ୍ରିୟା ଯାଦବଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ରକ୍ରମରେ ଅତିଥି ଭାବେ ରୋଟାରୀଆନ ଜିତେନ୍ଦ୍ର ପ୍ରସାଦ, କବି କୁଞ୍ଜବିହାରୀ ରାଉତ, ଅମ୍ରିତା ନୀଲମ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ମହିଳା ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସଶକ୍ତିକରଣ କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ । ଏହି ଅବସରରେ ପ୍ରତିଯୋଗୀଙ୍କ ମଧ୍ୟରେ ନୃତ୍ୟ ଓ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନୃତ୍ୟରେ ସାନିୟା ସାହୁ ପ୍ରଥମ, ସ୍ୱାଗତିକା ସାହୁ ଦ୍ୱିତୀୟ, ମଡେଲିଂ ପ୍ରତିଯୋଗିତାରେ ଶୁଭଶ୍ରୀ ସେଠୀ ପ୍ରଥମ ଓ ଖୁସବୁ ମଣ୍ଡଳ ଦ୍ୱିତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ । ଅନୁଷ୍ଠାନର ବିଷ୍ଣୁପ୍ରିୟା ଦାଶ ସଂଗୀତ ପରିବେଷଣ କରିଥିବା ବେଳେ ପ୍ରତିଯୋଗିତାର ବିଚାରକ ଭାବେ ଗୋବିନ୍ଦ ଲାଖୁଆ ଓ ଲୀନା ବିଶ୍ୱାଳ ଦାୟିତ୍ଵ ତୁଲାଇଥିଲେ । ସଭାପତି ଶ୍ରୀମତୀ ମହନ୍ତ ସ୍ୱାଗତ ଭାଷଣ, ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ କାମିନୀ ମହନ୍ତ, ନିତାଞ୍ଜଳି ପରିଡ଼ା, ବସୁମତୀ ମହାନ୍ତି, ଗ୍ରେସି ଡାଭିଡ୍, ଧନମାୟା ବିଷ୍ଟ, ସୁଷମା ପ୍ରସାଦ, ଅନୁପମା ଦାସ,ସାରିକା ମହନ୍ତ, ରଶ୍ମିବାଳା, ପୁଷ୍ପାଞ୍ଜଳି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.