om academy

ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ “ମୋର କୀର୍ତ୍ତି ଅନ୍ୱେଷଣ” : ପୋଷ୍ଟର ପେଣ୍ଟିଙ୍ଗ ପ୍ରତିଯୋଗିତା

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୨୧ ଜାନୁଆରୀ ଦିନ ସ୍ଥାନୀୟ ପି.ପି. ଏକାଡେମୀଠାରେ ବିଦ୍ୟାଳୟ ସ୍ଥରୀୟ “ମୋର କୀର୍ତ୍ତି ଅନ୍ୱେଷଣ” ପୋଷ୍ଟର ପେଣ୍ଟିଙ୍ଗ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତଯୋଗିତାରେ ବାଲାଙ୍ଗିରର ୭ଟି ବିଦ୍ୟାଳୟର ୩୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ -୨ର ଛାତ୍ରୀ ଅଦ୍ରୀଜା ମିଶ୍ର ପ୍ରଥମ ସ୍ଥାନ ଓ ଇସିକା ବାଲି ଦ୍ଵିତୀୟ ସ୍ଥାନ ସହିତ କଦମପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରେଶମା ମେହେର ତୃତୀୟ ସ୍ଥାନ ହାସଲ କରିଥିଲେ । ପ୍ରତିଯୋଗିତା ଶେଷରେ ଇଣ୍ଟାକ ବଲାଙ୍ଗିର ଶାଖାର ସଂଯୋଜକ ଡ. ଶିବପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଏକ ସଭାରେ କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସଭାରେ ଇଣ୍ଟାକ ବଲାଙ୍ଗିର ଶାଖାର ସହ ସଂଯୋଜକ ଶଶୀଭୂଷଣ ପୁରୋହିତ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ପ୍ରତିଯୋଗିତାର ଆଭିମୁଖ୍ୟ କହିଥିଲେ । ଏହି ସଭାରେ ବିଚାରକ ମଣ୍ଡଳୀ ଭାବରେ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ରୁଦ୍ରଦେବ ପ୍ରଧାନ ଓ ମହେନ୍ଦ୍ର ମଲ୍ଲିକ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ସଭାଶେଷରେ ଇଣ୍ଟାକର ଆଜୀବନ ସଦସ୍ୟ ଡ. ମହେଶ ପଟ୍ଟନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଇଣ୍ଟାକ ବଲାଙ୍ଗିର ଶାଖାର ଆଜୀବନ ସଦସ୍ୟ ବିଜୟ ପାଣିଗ୍ରାହୀ, ଅସିତ ଷଡ଼ଙ୍ଗୀ, ସଂଜୀବ ନାଏକ ଓ ଧର୍ମେନ୍ଦ୍ର ନନ୍ଦ ଏହି ଆୟୋଜନରେ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ରୀ ରାଜ୍ୟସ୍ଥରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଇଣ୍ଟାକ ବଲାଙ୍ଗିର ଶାଖା ସଂଯୋଜକ ଡ. ନନ୍ଦ ସୂଚନା ଦେଇଥିଲେ ।

Leave A Reply

Your email address will not be published.