oom

ବିକେଏମ୍‌ପି ତରଫରୁ ଫୁଟବଲ ପ୍ରତିଯୋଗିତା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅର୍ଜୁନପୁର ଗ୍ରାମ ହାଇସ୍କୁଲ ପଡିଆରେ ବିକେଏମ୍‌ପି ତରଫରୁ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛ । ଗତ ୧୦ ତାରିଖରୁ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସରେ ପହଞ୍ଚିଛି । ଆଜି ଅନୁଷ୍ଠିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ରୂପେ ଆନ୍ତର୍ଜାତୀୟ କରାଟେ ସ୍ୱର୍ଣ୍ଣପଦକ ବିଜେତା, କୋଚ ତଥା ରାଜ୍ୟ ସରକାରଙ୍କଠାରୁ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ଅସୀମ କୁମାର ଭୋଇ ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଆଜି ଦିନରେ ରାଜ୍ୟ ସରକାର କ୍ରୀଡାର ବିକାଶ ପାଇଁ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି ଯାହା କ୍ରୀଡାପ୍ରେମୀକୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଭବିଷ୍ୟତ ଗଠନ କରିବାରେ ସାକାର ହୋଇଛି । ଏଥିରେ ଅନ୍ୟତମ ଅତିଥି ଭାବରେ ସରପଞ୍ଚ ପ୍ରତିନିଧି ଅଭିମନ୍ୟୁ ଛତ୍ରିଆ, ଉପଦେଷ୍ଟା କେଶର କୁଅଁର, ସମାଜସେବୀ ଭାଗବତ ପ୍ରକାଶ ସାହୁ, ଗୋପିନାଥ ନାଗ ଯୋଗ ଦେଇଥିବା ବେଳେ ହେମନ୍ତ ଦୀପ, ଗୋବିନ୍ଦ ସେଠ, ପ୍ରଦୀପ ବଢିଆ, ରୋହିତ ନାଗ, ଲିକୁନ ସାହୁ, ରମେଶ ନାଏକ, ଜୀବନ ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ । ଆଜି କମସରା ଓ ଫାସଡ, ସମଲେଶ୍ୱରୀ କ୍ଲବ ଗଇଁତଲା ଓ ମୁରସିଂ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ଫାସଡ ଟିମ୍‌ ସେମିଫାଇନାଲକୁ ପ୍ରବେଶ କରିଥିବା ଅର୍ଗାନାଇଜିଂ କମିଟି ତରଫରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.