ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ କେ ବୋଲ୍ ପ୍ରତିଯୋଗିତା : ସର୍ବଭାରତୀୟ ସ୍ତରରେ ଫାଇନାଲ ପାଇଁ ଚୟନ ହେଲେ ଛାତ୍ର ନେତା ଅଙ୍କିତ ସାହୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ତାଙ୍କର ମନଲୋଭା ବକ୍ତୃତା ପାଇଁ ବେଶ ଜଣାଶୁଣା । ବକ୍ତୃତା କ୍ଷେତ୍ରରେ ତାଙ୍କର ପାରଙ୍ଗମତା ପାଇଁ ସେ ଯୁବ କଂଗ୍ରେସ ଦ୍ୱାରା ଆୟୋଜିତ ୟଙ୍ଗ ଇଣ୍ଡିଆ କେ ବୋଲ୍ ସିଜନ୍ ୩ର ସର୍ବଭାରତୀୟ ସ୍ତରର ଫାଇନାଲ୍‌କୁ ଉନ୍ନିତ ହୋଇ ବଲାଙ୍ଗିର ପାଇଁ ଗର୍ବ ଆଣିଛନ୍ତି ।

ପ୍ରକାଶ ଯେ, ରାଜନିତୀରେ ଜଣେ ନେତା ନିଜର ବକ୍ତବ୍ୟ ମାଧ୍ୟମରେ ସାଧାରଣ ଜନତାଙ୍କ ମନକୁ ଅତି ସହଜରେ ଛୁଇିଁପାରେ । ଯୁବ ନେତାମାନଙ୍କ ମଧ୍ୟରେ ଏହି ଦକ୍ଷତାକୁ ବୃଦ୍ଧି କରିବା ପାଇଁ ପ୍ରତି ବର୍ଷ ଜାତୀୟ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାସ୍ତରରୁ ଆରମ୍ଭ କରି ସର୍ବ ଭାରତୀୟ ସ୍ତର ପର୍ଯ୍ୟନ୍ତ ଯୁବ ନେତାମାନଙ୍କ ମଧ୍ୟରେ ପ୍ରତିଭା ସନ୍ଧାନ ପ୍ରତିଯୋଗିତାର ଆୟୋଜନ କରାଯାଏ । ଏହି ପ୍ରତିଯୋଗିତାରେ ଅଙ୍କିତ ପ୍ରଥମେ ବଲାଙ୍ଗିର ଜିଲ୍ଲା ଓ ପରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିକ୍ରମରେ ଗତ ଜୁନ ୧୨ ତାରିଖରେ ଦିଲ୍ଲୀ ସ୍ଥିତ ଜାତୀୟ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ଫାଇନାଲ ସ୍କ୍ରିନିଂରେ ଅଂଶଗ୍ରହଣ କରି ଫାଇନାଲ ପାଇଁ ଚୟନ ହୋଇଥିଲେ । ଆସନ୍ତା ଜୁଲାଇ ୧୨ ତାରିଖ ବାଙ୍ଗାଲୁରୁ ସହରରେ ଫାଇନାଲ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ଏହି ସଫଳତା ପାଇଁ ଅଙ୍କିତଙ୍କୁ ବିଭିନ୍ନ ବର୍ଗରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.